ସପୁରୀ ଖାଇବାର ଆଶ୍ଚର୍ଯ୍ୟ ଜଣକ ଫାଇଦା

ସପୁରୀ ର ଉପକାରିତା :-
୧. ଏକ ସୂତା କପଡା କିମ୍ବା ତୁଳା ରେ ସପୁରୀ ରସ କୁ ମୁହଁ ରେ ଲଗାଇବା ଦ୍ବାରା ମୁହଁ ସଫା ହୋଇଥାଏ।
୨. ଏକ ଚାମଚ୍ ସପୁରୀ ରସ ରେ ଏକ ଚାମଚ୍ ମହୁ ଓ ଦୁଇ ଚାମଚ୍ ମିଶାଇ ମୁହଁ ରେ ଲଗାଇଲେ ତ୍ଵଚ ର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ।
୩. ବାହାରୁ ଆସିବା ପରେ ସପୁରୀ ଖଣ୍ଡ କୁ ମୁହଁରେ ଘଷି ଆଖି ଉପରେ ରଖି ୫ ମିନିଟ୍ ଶୋଇବା ପରେ ଆଖି କୁ ଆରାମ ଲାଗିଥାଏ।

୪. ସପୁରୀ, ଲେମ୍ବୁ ଓ ସେଓ ରସ ରେ ଦୁଇ ଚାମଚ୍ ଲୁଣ ଫେଣ୍ଟି ପାଦ ଏବଂ ଗୋଇଠି ରେ ଲଗାଇବା ୨୦ ମିନିଟ୍ ପରେ ଧୋଇବା ଦ୍ବାରା ହୋଇଠି ଫଟିନଥାଏ।
୫. ଯେଉଁମାନେ ଅଧିକ ସପୁରୀ ଖାଆନ୍ତି ସେମାନେ ଶ୍ୱାସ ରୋଗଲେ କମ୍ ପୀଡ଼ିତ ହୁଅନ୍ତି।
୬. ଯେଉଁମାନେ ଥଣ୍ଡା ଜନିତ ରୋଗ ଭୋଗୁଛନ୍ତି ସେମାନେ ଅଧିକ ସପୁରୀ ବ୍ୟବହାର କରିବା ଆବଶ୍ୟକ।
୭. ଦାନ୍ତ ରୁ ରକ୍ତ ପଡୁଥିଲେ ଖାଇବା ର ଏକ ଘଣ୍ଟା ପୂର୍ବ ରୁ ସପୁରୀ ରସ ରେ କିଛି ଲୁଣ ପକାଇ ଖାଇଲେ ରକ୍ତ ପଡିବା ବନ୍ଦ ହୋଇଥାଏ।
୮. ହୃଦ୍ ରୋଗୀ ଙ୍କ ପାଇଁ ସପୁରୀ ରସ ବେଶ୍ ଉପକାରୀ। ହୃଦ୍ ରୋଗୀ ମାନେ ମଝିରେ ମଝିରେ ସପୁରୀ ରସ ପିଇବା ବେଶ୍ ଉପକାରୀ।
୯. ସପୁରୀ ରେ ଭିଟାମିନ A ଥିବାରୁ ଏହାକୁ ଖାଇଲେ ଦୃଷ୍ଟି ଶକ୍ତି ତୀକ୍ଷ୍ଣ ହୁଏ।
୧୦. ସପୁରୀ ରସ ଖାଇବା ଦ୍ଵାରା ହାଡ଼ ମଧ୍ୟ ଶକ୍ତ ହୋଇଥାଏ।
୧୧. ଯଦି ପିଲାଙ୍କର କୃମି ଦୋଷ ଥାଏ ତେବେ ସେମାନଙ୍କୁ ସପୁରିକନ୍ଦା ରସ ପାନ କରିବାକୁ ଦେଲେ କୃମି ଦୋଷ ଭଲ ହୋଇଥାଏ।
୧୨. କ୍ୟାନ୍ସର ରୋଗୀ ଚିକିତ୍ସା ହେଉଥିବା ବେଳେ ତାହାର ପାର୍ଶ୍ଵ ପ୍ରତିକ୍ରିୟା ପାଇଁ ସପୁରୀ ରସ ଉଦ୍ଧିଷ୍ଟ ହୋଇଥାଏ।

Leave a Reply

Your email address will not be published. Required fields are marked *