ଆରମ୍ଭ ହେବ ବିଜେଡି ବିରୁଧରେ ମହାମେଣ୍ଟ :ସାମିଲ ହେବେ ଦାମ ,ଖାରବେଳ, ବିଜୟ ,ଦିଲୀପ ଓ ବ୍ରଜ, ନେତୃତ୍ୱ ନେବେ ବୈଜୟନ୍ତ

ପ୍ରବଳ ଶୀତ ରେ ସାରା ଓଡିଶା ଥରୁଥିବା ବେଳେ ରାଜନୀତି ପାଣିପାଗ ପୁରା ସରଗରମ କରି ରଖିଛି ଓଡିଶାକୁ I ଆଗାମୀ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ ଗୁଡିକ ନିଜର ଅଙ୍କ କଷିବାରେ ଲାଗିପଡ଼ିହଛନ୍ତି I ତେବେ ସବୁଠାରୁ ଚର୍ଚ୍ଚା ରେ ରହିଛନ୍ତି ବିଜେଡି ଛାଡିଥିବା ବୈଜୟନ୍ତ ପଣ୍ଡା ,ଦାମ ରାଉତ ଏବଂ ଏବେ ଏବେ ବିଜେପି ଛାଡିଥିବା ଦିଲୀପ ରାୟ ,ବିଜୟ ମହାପାତ୍ର I ଦିଲୀପ ରାୟ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦିଲୀପ ରାୟ ଫେସବୁକ ରେ ନିଜ କଥା କହିଥିଲେ ଯେ ଆଗାମୀ 2019
ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି I

ଏପଟେ ଦାମ ବ୍ରଜ ତ୍ରିପାଠୀ ଙ୍କ ସମତା କ୍ରାନ୍ତି ରେ ଯୋଗ ଦେଇ ଏହାର ନାମ ପରିବର୍ତନ କରି ବିଜୁ ସମତା କ୍ରାନ୍ତି ଦଳ ରଖିଛନ୍ତି I ବୈଜୟନ୍ତ ମଧ୍ୟ ବୁଲି ବୁଲି ହେଉଯାଉ ପରିବର୍ତନ ର ନାରା ଦେଉଛନ୍ତି ଏବଂ ଏକ ନୂଆ ଦଳ ଓଡିଶା ଜନତା ଦଳ ଗଢିବା ନେଇ ଚର୍ଚ୍ଚା ହେଉଛି ତେବେ ଏନେଇ ବୈଜୟନ୍ତ କହିଛନ୍ତି ଯେ 7ତାରିଖ ପରେ ଯାହା କିଛି ବି ହେବ ଜଣାପଡିବ I ତେବେ ଏ ସମସ୍ତ ଘଟଣା ଭିତରେ ଏବେ ଚର୍ଚ୍ଚା ଧରିଛି ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ ଙ୍କ ପ୍ରତିକ୍ରିୟା I ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଖୁବ ଶୀଘ୍ର ବିଜେଡି ବିରୁଦ୍ଧରେ ଏକ ମହାମେଣ୍ଟ ଗଠନ ହେବାକୁ ଯାଉଛି

ଯେଉଁଥିରେ ଏ ସମସ୍ତ ନେତା ଯୋଗ ଦେଉଥିବା ବେଳେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୈଜୟନ୍ତ ପଣ୍ଡା I ତେବେ ଏୟା ମଧ୍ୟ ଚର୍ଚା ଚାଲିଛି ଯେ ଏମାନଙ୍କ ମହାମେଣ୍ଟ କୁ ଏକ ଜାତୀୟ ଦଳ ସମର୍ଥନ ଦେଇପାରେ ବିଜେଡି କୁ ହରାଇବା ପାଇଁ I

ତେବେ ହଠାତ ଖାରବେଳ ଙ୍କ ଏଭଳି ପ୍ରତିକ୍ରିୟା ରାଜନୀତି ମହଲରେ ଜୋରଦାର ଚର୍ଚା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *