ନାରୀ ସଶକ୍ତିକରଣର ପ୍ରକୃତ ବାର୍ତ୍ତାବହ ଥିଲେ ଗାନ୍ଧିଜୀ

ଅପ୍ରତିମ ଗାନ୍ଧିବାଦୀ ଚିନ୍ତକ ଓ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକ ସ୍ମାରକି ଗାନ୍ଧୀ ବ୍ରକ୍ତୁତାମାଳା ଆଜି ଜୟଦେବ ଭବନରେ ଅନୁଷ୍ଠିତ ହେଇଛି। “ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧିଜୀଙ୍କ ସ୍ୱପ୍ନର ସ୍ୱରାଜ” ଆଲୋଚନାରେ “ମନୁଷ୍ୟର ଆବଶ୍ୟକତା କମ୍ ହେଲେ ସବୁକିଛି ସନ୍ତୁଳିତ ହୋଇଯିବ।

ଗାନ୍ଧିଜୀ ଏହାକୁ ମାନୁଥିଲେ। ତାଙ୍କର ଏହି ଆଦର୍ଶରେ ଅନୁପ୍ରାଣିତ ଥିଲେ ରାଜକିଶୋର ନାୟକ। ସମସ୍ତ ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍‌”, କହିଛନ୍ତି ପଦ୍ମଭୂଷଣ ଚଣ୍ଡିପ୍ରସାଦ ଭଟ୍ଟ। ଆଜିର ସମାଜରେ ପ୍ରତ୍ୟେକମଣିଷ ଗାନ୍ଧିଜୀଙ୍କ ପଥକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି ପଦ୍ମଭୂଷଣ ଚଣ୍ଡିପ୍ରସାଦ ଭଟ୍ଟ ଯୋଗ । “ଗାନ୍ଧିଜୀ ନାରୀ ଶସକ୍ତିକରଣର ପ୍ରକୃତ ବାର୍ତ୍ତାବହ ଥିଲେ । ନାରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଗାନ୍ଧିଜୀଙ୍କ ମୂଳ ଲକ୍ଷ୍ୟ ଥିଲା।

ବିଧବା ନାରୀଙ୍କ ଦ୍ୱିତୀୟ ବିବାହକୁ ଗାନ୍ଧିଜୀ ପ୍ରୋତ୍ସାହନ ଦେଉଥିଲେ”, କହିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ଲେଖିକା ତଥା ସମାଜସେବୀ ଡକ୍ଟର ସୁଜାତା ଚୌଧୁରୀ। ସ୍ୱାଧୀନ ଭାରତ କିଭଳି ବିକଶିତରାଷ୍ଟ୍ରରେ ପରିଣତ ହେବ ତାହା ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱପ୍ନ ଦେଖିଥିଲେ। ସେହିଭଳି ଜଣେ ନେତା ଥିଲେ ରାଜକିଶୋର ନାୟକ। ପାଟକୁରାର ଗାନ୍ଧି କହିଲେ ରାଜକିଶୋର ନାୟକଙ୍କୁ ବୁଝାଯାଏ ।

ସମ୍ମାନିତ ଅତିଥି ଭାବେ ପଦ୍ମ ବିଭୂଷଣ ସିତାକାନ୍ତ ମହାପାତ୍ର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନିଚରଣ ପଟ୍ଟନାୟକ, ପ୍ରଫେସର ଅଭିରାମ ବିଶ୍ୱାଳ ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। , ଧନ୍ୟବାଦ ଅର୍ପଣ କରିଥିଲେ ନିରଞ୍ଜନ ପଣ୍ଡା।ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *