ଅନଲାଇନ ଅର୍ଡର ରେ ଏଥର ଘରେ ମିଳିବ ପେଟ୍ରୋଲ ଓ ଡିଜେଲ୍: ଜାଣନ୍ତୁ କିପରି କରିବେ ଅର୍ଡର୍

ଏଣିକି ପେଟ୍ରୋଲ ଏବଂ ଡିଜେଲ ପାଇଁ ପେଟ୍ରୋଲ ପମ୍ପ ରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବାକୁ ପଡ଼ିବ ନାହିଁ।ବରଂ ଗୋଟିଏ ଅନଲାଇନ ଅର୍ଡର ରେ ଘରେ ପହଞ୍ଚିବ ପେଟ୍ରୋଲ ଏବଂ ଡିଜେଲ।

ଅର୍ଥାତ୍ ଅନ୍ୟ ଅନଲାଇନ ସାମଗ୍ରୀ ଭଳି ପେଟ୍ରୋଲ ଓ ଡିଜେଲ୍ ର ହୋମ ଡେଲିଭରୀ ସେବା ଆରମ୍ଭ ହୋଇଛି।ଇଣ୍ଡିଆନ୍ ଅ ଏଲ୍ କର୍ପୋରେସନ ପେଟ୍ରୋଲ ଏବଂ ଡିଜେଲ୍ ର ଏହି ସେବା ଆରମ୍ଭ କରିଛି।ଏହି ସେବା ପ୍ରଥମେ ଚେନାଇ ରେ ଆରମ୍ଭ କରାଯାଇଛି।ଏବଂ ପର ମୁହୂର୍ତ୍ତରେ ସମସ୍ତ ସ୍ଥାନରେ ଏହା ଉପଲବ୍ଧ ହେବ।ଆସନ୍ତୁ ଜାଣିବା କିପରି କରିବେ ଏହି ଅର୍ଡର।

ପ୍ରଥମେ ଆପଣଙ୍କୁ ନିଜ ସ୍ମାର୍ଟ୍ ଫୋନରେ ରିପୋଜ୍ ଆପ୍ ଡାଉନଲୋଡ କରିବାକୁ ପଡ଼ିବ।ଯେଉଁ ଆପ୍ ସାହାଯ୍ୟରେ ଆପଣ ଅର୍ଡର କରିପାରିବେ।ପ୍ରତେୟକ୍ ଗ୍ରାହକ ସର୍ବନିମ୍ନ ୨୦୦ ଲିଟର ଏବଂ ସର୍ବାଧିକ ୨୫୦୦ ଲିଟର ଡିଜେଲ୍ ଅର୍ଡର୍ କରିପାରିବେ।କିନ୍ତୁ ୨୫୦୦ରୁ ଅଧିକ ଡିଜେଲ୍ ଅର୍ଡର୍ କରିବାକୁ ଚାହୁଁଥିଲେ ଗ୍ରାହକଙ୍କ ପାଖରେ PESU ର ଲାଇସେନ୍ସ ଥିବା ଆବଶ୍ୟକ।

ଡିଜେଲର ହୋମ ଡେଲିଭରୀ ପାଇଁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ଟ୍ୟାଙ୍କର ପ୍ରସ୍ତୁତ କରାଯାଇଛି।ଏହି ଟ୍ୟାଙ୍କରରେ ପେଟ୍ରୋଲ ପମ୍ପ ରେ ଯେପରି ମେସିନ ଲାଗିଛି ସେପରି ମେସିନ ଲାଗିଛି।ଏବଂ ଏଥିରେ ଥିବା ସ୍ଵତନ୍ତ୍ର ଟ୍ୟାଙ୍କର ୬୦୦୦ ଲିଟର ପର୍ୟନ୍ତ ତେଲ ରହିପାରିବ।ପ୍ରାଥମିକ ପର୍ଯ୍ୟାୟରେ ଏହା ବଡ଼ ସହର ମାନଙ୍କରେ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଦେଶର ସମସ୍ତ ସ୍ଥାନରେ ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *