ଅଲୌକିକ :-କେନ୍ଦୁଝର ନିମ୍ବ ଗଛରୁ ବାହାରୁଛି ମିଠା କ୍ଷୀର, ଶ୍ରଦ୍ଧାଳୁ ଏବଂ ଭକ୍ତ ଙ୍କ ଚାଲିଛି ପୂଜାର୍ଚ୍ଚନା

କୁହାଯାଏ ଭଗବାନ ଙ୍କ ଲୀଳା ହେଲେ ନିମ୍ବ ଗଛରୁ ଚନ୍ଦନ ବାସେ ,ତୁଳସୀ ରୁ ଜଗନ୍ନାଥ ଦର୍ଶନ ଦିଅନ୍ତି ତେବେ ଏପରି ଏକ ଘଟଣା ସତକୁ ସତ ଦେଖିବାକୁ ମିଳିଛି I କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ବ୍ଲକ ର ହରିଡାପାଳ ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି I ଏହି ଗ୍ରାମର ରାହାସ ବିହାରୀ ଦାସ ଙ୍କ ବାଡ଼ି ରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି। ସାଧାରଣତଃ ନିମ୍ବ ପିତା ଅଟେ ,କିନ୍ତୁ ଏଥିରୁ ବାହାରୁଥିବା କ୍ଷୀର ମିଠା ଅଟେ I ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ଏବଂ ଦୂରଦୂରାନ୍ତର ରୁ ଲୋକଙ୍କ ଛୁଅ ଛୁଟିବାରେ ଲାଗିଛି I ମହିଳାମାନେ ଏପରି ଅଲୌକିକ ଘଟଣା ରେ ଭଗବାନ ଙ୍କ ଚମତ୍କାର ଭାବି ସେହି ନିମ୍ବ ଗଛ ମୂଳରେ ଫୁଲ ,ଧୂପ ଓ ଦୀପ ଦେଇ ପୂଜାର୍ଚ୍ଚନା କରୁଛନ୍ତି।

ଏନେଇ ବାଡ଼ିର ମାଲିକ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ ଗତକାଲି ମଙ୍ଗଳବାର ରେ ହଠାତ ଗଛରୁ ପାଣି ଝରିବାରେ ଲାଗିଥିଲା ଏବଂ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା I ତେବେ କିଛି ସମୟ ପରେ ଝରୁଥିବା ଜାଗାରୁ ଧଳାରଙ୍ଗର ପାଣି ଝରିଥିଲା ଏବଂ ଏହା କ୍ଷୀର ପରି ଦେଖାଯାଇଥିଲା I

ତେବେ ସବୁଠୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ଏହି କ୍ଷୀର ମିଠା ଲାଗିଥିଲା ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି Iକାହିଁକିନା ନିମ୍ବ ଗଛ ପିତା ଅଟେ

Leave a Reply

Your email address will not be published. Required fields are marked *