ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଅଟକିଥିଲା ବାହାଘର,ଏବେ ଫିଟିଲା ବାହାରାଶି ,ବାହାହେବେ ନବୀନଙ୍କ ବଡ଼ ପ୍ରଂଶସକ ଖଗେଶ୍ୱର

ନାମ ଖଗେଶ୍ୱର ଦେହୁରୀ I ଘର ବରଗଡ଼ ଜିଲ୍ଲା ରେ I ବୟସ ପାଖାପାଖି ୩୦ ଟପିଲାଣି ।ବୟସ ଯୋଗୁଁ ଘରେ ଖଗେଶ୍ୱର ଙ୍କ ବିବାହ ପ୍ରସ୍ତାବ ଫାଇନାଲ ହେଇଯାଇଥିଲା କିନ୍ତୁ ଖଗେଶ୍ୱର ଙ୍କ ଏକା ଜିଦ ସେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଫଟ ଉଠାଇବେ ତା ପରେ ବିବାହ କରିବେ I ମୁଖ୍ୟମନ୍ତ୍ରୀ ଙ୍କୁ ନିଜର ଗୁରୁ ଆଦର୍ଶ ,ପ୍ରଭୁ ବୋଲି ମାନିନେଇଥିଲେ ଖଗେଶ୍ୱର I ଦେହରେ ବିଜେଡି ର ସବୁଜ ପତାକା ,ହାତରେ ଶଙ୍ଖ ,ଶରୀର ରେ ନବୀନ ନବୀନ ଟାଟୁ ସହିତ ମୁଁହରେ ନବୀନ ଚାଳିଶା ରେ ତାଙ୍କୁ ଦେଖୁ ଦେଖୁ ଜଣାପଡ଼ିଯାଏ ଯେ ସେ କେତେବଡ ନବୀନ ଙ୍କ ଫ୍ୟାନ I

ଯେଉଁଠି ବି ସଭା ବୈଠକ ହୁଏ ସେଠି ପହଞ୍ଚିଯାଆନ୍ତି ଖଗେଶ୍ୱର I ଅବଶ୍ୟ ଏଇ ବେଶ ପୋଷାକ ପାଇଁ ତାଙ୍କୁ ବହୁ ହଇରାଣ ମଧ୍ୟ ହେବାକୁ ପଡିଛି I ଏପରିକି ମାଡ ମଧ୍ୟ ଖାଇଛନ୍ତି I ଡିସେମ୍ବର 24ତାରିଖ ମୋଦିଙ୍କ ସମାବେଶ ରେ ନବୀନ ଯାଇଛନ୍ତି ଭାବି ପସିଯାଇଥିଲେ ଖଗେଶ୍ୱର ଯେଉଁଥିପାଇଁ ବିଜେପି କର୍ମୀ ଗୋଡେଇ ଗୋଡେଇ ବାଡେଇବା ସହିତ ତାଙ୍କ ଡ୍ରେସ ଚିରିଦେଇଥିଲେ I

ସୁରକ୍ଷାକର୍ମୀ ପହଁଚି ତାଙ୍କୁ ଉଦ୍ଧାର କରିଥିଲେ I ତେବେ ଏସବୁ ତାଙ୍କୁ କୌଣସି ଖାତିର କରେନାହିଁ I ସେ ମୁଖ୍ୟମନ୍ତ୍ରୀ ଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ପାଇଁ ଦରକାର ପଡିଲେ ଜୀବନ ବି ଦେଇପାରିବେ I

ତେବେ ଗତକାଲି ତାଙ୍କ ସ୍ବପ୍ନ ପୂରଣ ହେଇଚି ,ମୁଖ୍ୟମନ୍ତ୍ରୀ ନବୀନ ତାଙ୍କ କଥା ଶୁଣିଛନ୍ତି ,ତାଙ୍କ ସହିତ ଦିଲ୍ଲୀରେ ଏକ ଫଟ ଉଠାଇଛନ୍ତି I ଏହାପରେ ଖଗେଶ୍ୱର ବିବାହ କରିବାକୁ ରାଜି ହେଇଯାଇଛନ୍ତି I ଏଥର ତାଙ୍କ ବାହା ରାଶି ଫିଟିଯାଇଛି I ବିବାହ କରିବେ ମୁଖ୍ୟମନ୍ତ୍ରୀ ଙ୍କ ସବୁଠାରୁ ବଡ ସମର୍ଥକ ଖଗେଶ୍ୱର I

Leave a Reply

Your email address will not be published. Required fields are marked *