ବାଟରେ ଦୁର୍ଘଟଣା ହେଇ ପଡ଼ିଥିବା ମହିଳା ଙ୍କୁ ନିଜେ ଗୁଜରାଟ ମୁଖ୍ୟମନ୍ତ୍ରୀ ନେଲେ ହସ୍ପିଟାଲ କୁ, ଦୁର୍ଘଟଣା ରେ ଆହତ ମହିଳାଙ୍କୁ ବଞ୍ଚାଇବାକୁ ଗୁରୁତ୍ୱପୂର୍ଣ୍ଣ ବୈଠକ କୁ କଲେ ପ୍ରତ୍ୟାଖାନ

ସୋସିଆଲ ମିଡିଆରେ ଏବେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଫଟ ଭାଇରଲ ହେବାରେ ଲାଗିଛି I ଯାହାକୁ ନେଇ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି I ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଙ୍କ ମାନବିକତା ପାଇଁ ସମସ୍ତେ ସାଧୁବାଦ ଜଣାଇଛନ୍ତି Iସାଧାରଣତଃ ରାଜ୍ୟର ମୁଖିଆ ମୁଖ୍ୟମନ୍ତ୍ରୀ କୌଣସି କାମରେ ଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସିକୁରିଟି ବ୍ୟବସ୍ତା ପୁରା କଡାକଡି କରାଯାଇଥାଏ I ସେମିତି ଏକ ସୁରକ୍ଷାବଳୟ ଭିତରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଗାନ୍ଧୀନଗରରୁ ଅହମଦାବାଦ ଯାଉଥିଲେ କିନ୍ତୁ ହଠାତ ତାଙ୍କ ଗାଡି ବାଟରେ ଅଟକିଯାଇଥିଲା ଜଣେ ମହିଳାଙ୍କ ପାଇଁ I

ମହିଳା ଜଣଙ୍କ ଏକ ଦୁର୍ଘଟଣା ରେ ଆହତ ହେଇ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲେ Iତାଙ୍କ ବିକଳ କାନ୍ଦ ଦେଖି ମୁଖ୍ୟମନ୍ତ୍ରୀ ତୁରନ୍ତ ସେହିଠାରେ ଅଟକିଥିଲେ ଯଦିଓ ତାଙ୍କ ର ଗୁରୁତ୍ୱପୂର୍ଣ ବୈଠକ ଥିଲା I ମହିଳାଙ୍କୁ ତୁରନ୍ତ ହସ୍ପିଟାଲ ପଠାଇବାକୁ ପାଖରେ ଥିବା ସୁରକ୍ଷାବାହିନୀ ଙ୍କୁ କହିଥିଲେ I ଏବଂ ମହିଳାଙ୍କର ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ର କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ I ଘଟଣାଟି ଜଣାପଡିବା ପରେ ଏବେ ସବୁଆଡେ ଚର୍ଚା ଜୋର ଧରିଛି I

Leave a Reply

Your email address will not be published. Required fields are marked *