ପ୍ରତିଶୃତି ଦେଇ ଠକିଦେଲେ ମୁଖ୍ୟମନ୍ତ୍ରୀ ,ବିଜେପୁର କୁ ଭୁଲିଗଲେ ,ଲୋକେ ବିଧାୟିକା ରିତାଙ୍କୁ କଲେ ବିରୋଧ

ରାଜ୍ୟ ରାଜନୀତି ରେ ବିଜେପୁର ଉପନିର୍ବାଚନ କୁ ନେଇ ଜୋରଦାର ଲଢେଇ ଲାଗିରହିଥିଲା I କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେଡି ଅନୁକମ୍ପା ମୂଳକ ଭୋଟ ହାତେଇବାକୁ ତାଙ୍କ ପତ୍ନୀ ରିତାଙ୍କୁ ନିଜ ଦଳରେ ସାମିଲ କରିଥିଲେ I ଏବଂ ନବୀନ ଙ୍କ ଫର୍ମୁଲା କାମ ଦେଇଥିଲା ,ଅନେକ ପ୍ରତିଶୃତି ଦେଇ ରିତାଙ୍କୁ ବିଜୟୀ କରାଇଥିଲେ I ମୁଖ୍ୟମନ୍ତ୍ରୀ ନିଜେ ଏହି ଅଞ୍ଚଳ ର ବିକାଶ କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ୟା ଭିତରେ ବର୍ଷେ ବିତିଯାଇଥିଲେ ମଧ୍ୟ ବିଜେପୁର କଥା ସମ୍ପୂର୍ଣ୍ଣ ଯେପରି ଭୁଲିଯାଇଛନ୍ତି ମୁଖ୍ୟମନ୍ତ୍ରୀ I

ଯାହାକୁ ନେଇ କର୍ମୀ ଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି I ଏଥିପାଇଁ ରିତାଙ୍କୁ ଜନସାଧାରଣ ବିରୋଧ କରିବାରେ ଲାଗିଲେଣି I ଏମିତି ଏକ ଘଟଣା ଘଟିଛି ମଙ୍ଗଳବାର ଦିନ I ସ୍ଥାନୀୟ ବରପାଲି ହସ୍ପିଟାଲ ରେ ଡାକ୍ତର ଅଭାବ ମୁଖ୍ୟ ସମସ୍ୟା ଥିବାବେଳେ ନିଜେ ବିଧାୟିକା ମଧ୍ୟ ଏହାକୁ ନିର୍ବାଚନୀ ମୁଦା କରିଥିଲେ କିନ୍ତୁ ୟା ମଧ୍ୟରେ ସେ ବାରମ୍ବାର ଜଣାଇଥିଲେ ବି ଡାକ୍ତର ନିଯୁକ୍ତି ହେଇପାରୁନାହିଁ ହସ୍ପିଟାଲ ରେ I

ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରି ବିଧାୟିକା ରିତା ଙ୍କୁ ଜବାବ ମାଗିଥିଲେ ଯେ କୁଆଡେ ଗଲା ତାଙ୍କ ବିକାଶ ,ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶୃତି I ଆଗାମୀ ଦିନରେ ଏହାର ଜବାବ ଦିଆଯିବ I ଯାହାର କୌଣସି ଜବାବ ନଥିଲା ରିତାଙ୍କ ପାଖରେ I

Leave a Reply

Your email address will not be published. Required fields are marked *