କଫି ଉଇଥ କରନ୍ ରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଏବେ ଅଡ଼ୁଆ ରେ ହାର୍ଦ୍ଦିକ ପାଣ୍ଡିଆ ଓ ଲୋକେଶ ରାହୁଲ

ଅଡ଼ୁଆରେ କ୍ରିକେଟର ହାର୍ଦ୍ଧିକ ପାଣ୍ଡିଆ ଏବଂ ଲୋକେଶ ରାହୁଲ।ମାହାଙ୍ଗା ପଡ଼ିଲା ମହିଳାଙ୍କ ପ୍ରତି ଅଶ୍ଳାଲୀନ ମନ୍ତବ୍ୟ। “କଫି ୱିଥ କରନ୍ ” ନିର୍ଦ୍ଦେଶକ ଏବଂ ନିର୍ମାତା କରନ୍ ଯୋହନ୍ ଧାରାବାହିକ ରେ ପାଣ୍ଡିଆ କହିଥିଲେ ଯେ ଅନେକ ନାରୀଙ୍କ ସହ ତାଙ୍କର ଶାରୀରିକ ସଂପର୍କ ରହିଛି।

ଏପରିକି ମହିଳା ମାନେ କେବଳ ତାଙ୍କର ଉପଭୋଗ୍ୟ ର ବସ୍ତୁ।ଏଭଳି ନାରୀର ମର୍ଯ୍ୟାଦା ଏବଂ ସମ୍ମାନକୁ ତଳେ ପକାଇଛନ୍ତି।ଯାହାକୁ ନେଇ ବିବାଦ ଦେଖାଯାଇଛି।ତେବେ ସମାଲୋଚନା ର ଶିକାର ହେବା ପରେ ପାଣ୍ଡିଆ କ୍ଷମା ମାଗିଛନ୍ତି।ଅନ୍ୟ ପଟେ ପଣ୍ଡିଆଙ୍କ କ୍ଷମା ମାଗିବାର କିଛି ସମୟ ପରେ ବି.ସି.ସି. ଆଇ ପରିଚାଳନା ଦାୟିତ୍ଵ ରେ ଥିବା ପ୍ରଶାସନିକ ସମିତି ପାଣ୍ଡିଆ ଙ୍କ ସହିତ ରାହୁଲଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ପଠେଇଛନ୍ତି।ତେବେ କ୍ଷମା ପ୍ରାଥନା ଯଥେଷ୍ଟ ନୁହେଁ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *