ଦାମିକା ସ୍କୁଲ ବଦଳରେ ସରକାରୀ ଅଙ୍ଗନୱାଡିରେ ଝିଅକୁ ପାଠ ପଢ଼ାଇଲେ ଜିଲ୍ଲାପାଳ, ଜବାବ ରେ କହିଲେ ଏମିତି କଥା କି ଆପଣ ସଲ୍ୟୁଟ ନମାରି ରହିପାରିବେନି

ଆଜିକା ଯୁଗରେ ଶିକ୍ଷିତ ବାପା ମା ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ବେଶୀ ଚିନ୍ତିତ I ସରକାରୀ ସ୍କୁଲ ବଦଳରେ ଲକ୍ଷ ଲକ୍ଷ ଟଙ୍କା ସାରି ଇଂରାଜୀ ବିଦ୍ୟାଳୟ ରେ ପାଠ ପଢ଼ାନ୍ତି I ଇଂରାଜୀ ବିଦ୍ୟାଳୟ ବା ବଡ ବଡ ଶିକ୍ଷାନୁଷ୍ଠାନ ରେ ପିଲା ସ୍ମାର୍ଟ ହେବେ ସରକାରୀ ବିଦ୍ୟାଳୟ ରେ ପିଲା ପଢିଲେ ଜୀବନ ନଷ୍ଟ ହେଇଯିବ ପାଠ ନାହିଁ କି ଶIଠ ନାହିଁ ଏହି ବିଚାରଧାର ଏବେ ସବୁ ଶିକ୍ଷିତ ବାପା ମା କୁ ଘାରିଛି I କିନ୍ତୁ ଜଣେ ଆଇଏଏସ୍‌ ବା ଜିଲ୍ଲାପାଳ ନିଜ ପିଲାର ନାମ ଲେଖାଇଛନ୍ତି ସରକାରୀ ଅଙ୍ଗନୱାଡି କେନ୍ଦ୍ରରେ I ଯାହାକି ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି I ପ୍ରାପ୍ତ ଖବର ଅନୁଯାଇ ଘଟଣାଟି ତାମିଲନାଡୁର ତିରୁନେଲଭେଲିର I

ଏହି ଜିଲ୍ଲାର ମହିଳା ଜିଲ୍ଲାପାଳ ଙ୍କ ପ୍ରସଂଶନୀୟ କାର୍ଯ୍ୟ ପାଇଁ ଏବେ ସବୁ ମହଲରୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି I ମହିଳା ଙ୍କ ନାମ ଶିଳ୍ପା ପ୍ରଭାକର ସତୀଶ I ସେ ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଏବଂ ତିରୁନେଲଭେଲିର ପ୍ରଥମ ମହିଳା ଜିଲ୍ଲାପାଳଭାବରେ ନିଯୁକ୍ତି ପାଇଛନ୍ତି ।ଝିଅକୁ ବଡ ନାମୀ ଦାମୀ ସ୍କୁଲ ରେ ନ ପଢାଇ ସରକାରୀ ଅଙ୍ଗନୱାଡି କେନ୍ଦ୍ର ରେ ନାମ ଲେଖାଇଛନ୍ତି

Iଏନେଇ ମହିଳା ଜିଲ୍ଲାପାଳ କହିଲେ ଅନ୍ୟ ପିଲାମାନଙ୍କ ସହିତ ଝିଅ ବି ପାଠ ପଢିବ ,ସେ ଜିଲ୍ଲାପାଳ ଙ୍କ ଝିଅ ବୋଲି କଣ ସ୍ୱତନ୍ତ୍ର କି ?? ତା ମା ହିସାବରେ ମୁଁ ଜିଲ୍ଲାପାଳ ସେ ନୁହେଁ I ସରକାରୀ ସ୍କୁଲ ରେ ଯଦି ପାଠ ପଢ଼ିବେନି ତେବେ ସ୍କୁଲ କାହିଁକି ଅଛି ??

ଆମକୁ ଆମ ଚିନ୍ତାଧାରା ବଦଳାଇବାକୁ ହେବ ସେହି ସରକାରୀ ବିଦ୍ୟାଳୟ ରୁ ପାଠପଢି କାହିଁ କେତେ ବଡ ବଡ ଜ୍ଞାନୀ ବାହାରିଛନ୍ତି I ସତରେ ଜିଲ୍ଲIପାଳ ଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହେବ I

Leave a Reply

Your email address will not be published. Required fields are marked *