ଫେସବୁକ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଡାକୁ ବୋଲି ସମ୍ଭୋଧନ କରି ପ୍ରଧାନ ଶିକ୍ଷକ ଙ୍କ ଚାଲିଗଲା ସରକାରୀ ଚାକିରୀ

ଓଡିଶା ଏକ୍ସକ୍ଲୁସିଭ ବ୍ୟୁରୋ :(ଗୋପାଳ ଚନ୍ଦ୍ର ):ଯୁଗ ବଦଳିଛି ଏବେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ,ସ୍ମାର୍ଟ ଫୋନ ରେ ସ୍ମାର୍ଟ ବ୍ୟବହାର I ଡିଜିଟାଲ ଯୁଗରେ ତାଳ ଦେଇ ଆଗେଇଚାଲିଛି ସମାଜ ର ଯୁବବର୍ଗ ଠୁ ବୟସ୍କ ଯାଏଁ I ସାଧାରଣତଃ ଆଜିକାଲି ସୋସିଆଲ ମିଡ଼ିଆ ର ପ୍ରଭାବ ଜୋରଦାର ବଢ଼ିବାରେ ଲାଗିଛି I ତେବେ ଏଥିରେ ଯିଏ ଯାହା ପାରୁଛି ଲେଖୁଛି ,ମନଇଛା କହୁଛି Iନା କାହାକୁ ଭୟ ଅଛି ନା ଶାଳୀନତା ନା କହିବାର ବାଡବତା I ଯିଏ ଯାହା ପାରୁଛି କହୁଛି I ତେବେ ଏହି ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଡାକୁ ବୋଲି ସମ୍ଭୋଧନ କରି ଜଣେ ପ୍ରଧାନଶିକ୍ଷକ ଙ୍କ ଚାକିରୀ ଚାଲିଯାଇଛି I ପ୍ରାପ୍ତ ସୂଚନା ଅନୁଯାଇ ଘଟଣା ଟି ମଧ୍ୟ ପ୍ରଦେଶ ର

I ଜବଲପୁରର ର ଏକ ବିଦ୍ୟାଳୟ ର ଜଣେ ପ୍ରଧାନ ଶିକ୍ଷକ ନିଜ ଫେସବୁକ ରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଡାକୁ କହି ପୋଷ୍ଟ କରିଥିଲେ I ଏହାକୁନେଇ କଂଗ୍ରେସ କର୍ମୀ ମାନେ ହୋ ହାଲ୍ଲା କରିବା ସହିତ ଜିଲ୍ଲାପାଳ ଙ୍କ ଦେଖାହେଇ ଅଭିଯୋଗ କରିବାରୁ ପ୍ରଧାନଶିକ୍ଷକ ଙ୍କ ଚାକିରୀ ଚାଲିଯାଇଛି I

Leave a Reply

Your email address will not be published. Required fields are marked *