ଦୁଇବର୍ଷ ତଳେ ହଜିଯାଇଥିବା ଭଦ୍ରକ ର ଓଡ଼ିଆ ପୁଅ ମିଳିଲା ଟିକ୍ ଟକ୍ ଭାଇରଲ ଭିଡିଓରେ ;କିନ୍ତୁ ପୋଲିସ ପାଉନି

ଆଜିକା ଯୁଗରେ ଡିଜିଟାଲ ମିଡ଼ିଆ ବା ସୋସିଆଲ ମିଡ଼ିଆର ବହୁ ପାୱାର I ନିମିଷକ ମଧ୍ୟରେ ଗୋଟିଏ ସ୍ଥାନରୁ ଯେ କୌଣସି ସ୍ଥାନରେ ପହଞ୍ଚାଇ ଦେଉଛି ଖବର I କିଛି ମୁହୂର୍ତ୍ତରେ ଭାଇରଲ ହେଇଯାଉଛି ଖବର ବା ଭିଡିଓ I ତେବେ ଏହି ଭାଇରଲ ଭିଡିଓ ରୁ ଜଣେ ନିଖୋଜ ପୁଅ କୁ ପାଇଛନ୍ତି ମା I ପ୍ରାପ୍ତ ଖବର ଅନୁଯାଇ ଘଟଣାଟି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁରୁଦାସପୁରର ଅଟେ I ଏହି ଗ୍ରାମର ସୂର୍ଯ୍ୟମଣି ରାଉତଙ୍କ ବଡପୁଅ କିଛିବର୍ଷ ତଳେ ହଜିଯାଇଥିଲେ I ତାଙ୍କର ସାମାନ୍ୟ ମତିଷ୍କ ବିକୃତ ଥିଲା I

ତେବେ ପୁଅକୁ ଘର ଲୋକେ ଯେତେ ଖୋଜିଲେ ମଧ୍ୟ ପାଇନଥିଲେ ଶେଷରେ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅ କେଉଁଆଡେ ହଜିଯାଇଛି I ୟା ମଧ୍ୟରେ ପାଖାପାଖି ଦୁଇ ବର୍ଷରୁ ଉର୍ଧ ବିତିଯାଇଥିଲେ ମଧ୍ୟ ପୁଅ ଘରକୁ ଫେରିନଥିଲା I ତେବେ ଗତକାଲି ଟିକ୍‌ ଟକ୍‌ ରେ ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ କି ଜଣେ ଯୁବକ ଅଖା ପିନ୍ଧିଥିବା ବେଳେ ତାଙ୍କୁ ଲୁହା ଶିକୁଳି ଦ୍ୱାରା ବନ୍ଧାଯାଇଛି I

ଏହି ଭିଡିଓ ଟି ଭାଇରଲ ହେବା ପରେ ଗାଓଁ ଲୋକେ ତାଙ୍କ ଗ ପିଲାକୁ ଚିନ୍ହିପାରିଥିଲେ ଏବଂ ତାଙ୍କ ମା କୁ ଦେଖାଇବାରୁ ମା ମଧ୍ୟ ପୁଅକୁ ଚିହିଁ ପାରି ବାହୁନି ବାହୁନି କାନ୍ଦିଥିଲା I

ଏବଂ ପୁଅକୁ ଫେରେଇ ଆଣିବାକୁ ଅନୁରୋଧ କରୁଛି ଦୁଃଖିନୀ ମା ଜଣଙ୍କ I ତେବେ ଏନେଇ ପୋଲିସ ଥାନା ବାବୁ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି I

Leave a Reply

Your email address will not be published. Required fields are marked *