2019 କିପରି ରହିବ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ପାଇଁ ନୂଆ ବର୍ଷ ଶୁଭ ନା ଅଶୁଭ ??

ସରିଯାଇଛି ପୁରୁଣାବର୍ଷ I ଆରମ୍ଭ ହେଇସାରିଛି ନୂଆ ବର୍ଷ I ନୂଆବର୍ଷ କୁ ନେଇ ନୂଆ ସମ୍ଭାବନା ଏବଂ ନୂଆ ଉତ୍ସାହ I ତେବେ ଏହି ନୂଆବର୍ଷରେ ଆଗାମୀ ଅଳ୍ପ ଦିନରେ ନିର୍ବାଚନ ଆସୁଥିବାରୁ ପ୍ରାୟତଃ ସମସ୍ତେ ରାଇଜର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ବିଜେଡି ସରକାର ଗଢିବେ କି ନାଇଁ ତାହାକୁ ନେଇ ତର୍କ ବିତର୍କ ଜାରି ରଖିଛନ୍ତି I ନବବର୍ଷ ରେ ଆସନ୍ତୁ ଜାଣିବା ଆମ ରାଜ୍ୟର ମୁଖିଆ ନବୀନ ବାବୁ ଙ୍କ 2018 ରେ କିପରି କଟିବ ଦିନ I ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ରାଶି ନକ୍ଷତ୍ର କୁ ଯଦି ଦେଖା ଯାଏ ତେବେ 1946 ମସିହା ବୁଧବାର ରାତି 1 ଟା ସମୟରେ କଟକ ରେ ଜନ୍ମ ନେଇଥିଲେ I

ସ୍ଥାନ ଏବଂ ସମୟ ଅନୁଯାଇ ମୁଖ୍ୟମନ୍ତ୍ରୀ ଙ୍କର ହେଉଛି ରାଶି ଆଦ୍ର ମିଥୁନ 6/3 ଲଗ୍ନ କର୍କଟ , ଚତୁର୍ଥ ଘର ପଞ୍ଚମ କୋଣରେ ବୁଧ ଅବସ୍ତିତ Iଜନ୍ମ କୁଣ୍ଡଳୀ ଅନୁଯାଇ 1998 ରୁ 2005 ପର୍ଯ୍ୟନ୍ତ କେତୁ ମହାଦଶା ଏବଂ ରାହୁ ଙ୍କ ପ୍ରଭାବ ରହିଥିଲା କେତୁ ଉପରେ ରାହୁ ହେଉଛି ରାଜନୈତିକ ଗ୍ରହ, ଯାହାଫଳରେ ରାହୁ ଙ୍କ ଶୁଭ ଦୃଷ୍ଟି ଫଳରେ ନବୀନ ଙ୍କ କୌଣସି ବିରୋଧୀ ଦଳ ସୃଷ୍ଟି ହେବା ସମ୍ଭବ ନଥିଲା I 2005 ଅକଟୋବର ମାସରୁ 2025 ନଭେମ୍ବର ପର୍ଯ୍ୟନ୍ତମୁଖ୍ୟମନ୍ତ୍ରୀ ଙ୍କର ଶୁକ୍ର ପ୍ରଭାବ ରହିବ ,ଶୁକ୍ର ପ୍ରଭାବ ଫଳରେ ଅତ୍ୟନ୍ତ ଶୁଭ ରହିବ

I କିନ୍ତୁ ଏହି ସମୟ ମଧ୍ୟରେ ପ୍ରତିପକ୍ଷ ର ଶକ୍ତି ଅଧିକ ରହିବ ଯାହା କି ନବୀନ ଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ I ଯେ କୌଣସି ପରିସ୍ଥିତି ରେ ବାଧାବିଘ୍ନ ଆସିଲେ ମଧ୍ୟ ଶୁକ୍ର ପ୍ରଭାବ ରୁ ସମସ୍ତ ସମସ୍ୟା କୁ ସମାଧାନ କରି ଆଗକୁ ବଢିବେ ମୁଖ୍ୟମନ୍ତ୍ରୀ ନବୀନ Iକେମିତି କାଟିବ ଓଡ଼ିଆ ନବବର୍ଷ ବିଜେଡି ଦଳ ପାଇଁ :-ବିଜେଡି ବା ବିଜୁ ଜନତା ଦଳ 26 ନଭେମ୍ବର 1997 ସ୍ଥାନ ଭୁବନେଶ୍ୱର ରେ ସମୟ ଦିନ 2.30 ରେ ଗଠନ କରାଯାଇଥିଲା

,ତେଣୁ ଜାତକ ଅନୁଯାଇ ଦଳର ରାଶି ହେଉଛି 14/7 ଚିତ୍ରା ତୁଳାଯାହାର କି ଜନ୍ମ ବୃହସ୍ପତି ଚାଲିଛି I ବିଜେଡି ଦଳର ଲଗ୍ନ ମିନ ସାଥିରେ ଶନି ,ଶନି ଙ୍କ ପ୍ରଭାବ ଦଳ ପାଇଁ ଅତ୍ୟନ୍ତ ଶୁଭ ଥିଲା,କିନ୍ତୁ 2018 ଜାନୁଆରୀ ଠାରୁ ଏହି ପ୍ରଭାବ ସେତେ ଭଲ ଫଳ ଦେବ ନାହିଁ ଯାହାଫଳରେ ଦଳ ମଧ୍ୟରେ ଦଳୀୟ କନ୍ଦଳ ଯଥା କ୍ଷମତା ପାଇଁ ନିଜ ନିଜ ମଧ୍ୟରେ ଲଢେଇ ,ଛକାପଞ୍ଝା ,କୂଟନୀତି , କପଟ ,ବିଶ୍ୱାସଘାତକ, ଲାଗିରହିବା ସହିତ ଅତ୍ୟନ୍ତ ସମସ୍ୟା ସୃଷ୍ଟି କରିବ I କିନ୍ତୁ ନବୀନ ଙ୍କ ରାଶି ଭଲ ଥିବାରୁ ସମସ୍ୟା ର ସମାଧାନ ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିବେ I ଜ୍ୟୋତିର୍ବିଦ ଗୌତମଚନ୍ଦ୍ର

Leave a Reply

Your email address will not be published. Required fields are marked *