ବିବାଦୀୟ ବୟାନ ପାଇଁ ସିଡନୀ ଦିନିକିଆ ରୁ ବାଦ୍ ପଡିଲେ ପାଣ୍ଡ୍ୟା ଓ ରାହୁଲ

ଆସନ୍ତା କାଲି ଠାରୁ ସିଡନୀ ରେ ହେବାକୁ ଥିବା ଦିନିକିଆ ରୁ ପାଣ୍ଡ୍ୟା ଓ ରାହୁଲ ଙ୍କୁ ବାଦ୍ ପକାଯାଇଛି।

ଏହା ନେଇ ଆମ ଓଡ଼ିଶା ଏକ୍ସିଲୁସିଭ ତରଫ ରୁ ପୂର୍ବରୁ ମଧ୍ୟ ଜଣାଇ ଦିଆଯାଇଛି ଯଦି ଆପଣ ଏହା ଜାଣିନାହାନ୍ତି ତେବେ ଆପଣକଂ ଅବଗତି ନିମନ୍ତେ ଆମେ ଆଉଁ ଥରେ ଜଣାଇ ଦେଉଛୁ।

ଏକ ଘରୋଇ ଟିଭି ସୋ କଫି ଉଇଥ କରନ୍ ରେ ପାଣ୍ଡିଆ ଓ ରାହୁଲ ଆସିଥିଲେ ଯେଉଁଥି ରେ ମହିଳା ମାନଙ୍କୁ ନେଇ ନିଜର ଖରାପ୍ ରାୟ କୁ ପ୍ରକାଶ କରିଥିଲେ। ମହିଳା ମାନଙ୍କୁ କେବଳ ଏକ ଉପଭୋଗ୍ୟ ବସ୍ତୁ ରୂପେ ଉପସ୍ଥାପନ କରିଥିଲେ ପାଣ୍ଡିଆ ଓ ରାହୁଲ।

ତେବେ ଏହା ପରେ ପରେ ୨୪ ଘଣ୍ଟା ମଧ୍ୟ ରେ ଏହାର ଉତ୍ତର ଦେବାକୁ ବି ସି ସି ଆଇ ନିର୍ଦ୍ଦେଶ ଦେଇଥିଲା ସେମାନଙ୍କୁ।

କଣ କହିଥିଲେ ସବୁ ପାଣ୍ଡିଆ?

ନିଜର ଜୀବନ ଶୈଳୀ ବିଷୟରେ ଉତ୍ତର ଦେଇ ପାଣ୍ଡିଆ କହିଥିଲେ ଯେ ମହିଳା ଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଆଗରୁ ସେ ତାଙ୍କ ନା ମଧ୍ୟ ଜାଣନ୍ତି ନାହିଁ। ଏପରିକି ଗୋଟିଏ ମେସେଜ କୁ ଅନେକ ମହିଳା ଙ୍କୁ ପଠାନ୍ତି ଏବଂ ବ୍ୟବହାର କରନ୍ତି ବୋଲି କହିଥିଲେ।

ଏପରିକି କି ଅନ୍ୟ ମହିଳା ମାନଙ୍କ ସହ ଶାରୀରିକ ସଂପର୍କ ରଖି ସେ ସମ୍ବନ୍ଧ ରେ ପରିବାର ସଦସ୍ୟ ଙ୍କ ସହ ମଧ୍ୟ ବାର୍ତ୍ତା କରନ୍ତି ବୋଲି କହିଥିଲେ।

ତାଙ୍କର ଏହି ସବୁ ବୟାନ ସମସ୍ତଙ୍କୁ ଚକିତ କରିଦେଇଥିଲା।

Leave a Reply

Your email address will not be published. Required fields are marked *