କାନ୍ଦୁଥିବ ଗାଈ ଦେଖିଲେ ଜାଣି ନିଅନ୍ତୁ କଣ ହୋଇପାରେ ଆପଣକଂ ନିକଟ ଭବିଷ୍ୟତ

ଭାରତ ରେ ଗାଇଙ୍କୁ ଦେବୀ ମା ଙ୍କ ସହ ତୁଳନା କରାଯାଇଛି। ଶାସ୍ତ୍ର ପୁରାଣ ରେ ଗୋମାତା ଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି କୁହାଯାଇଛି। ବୈଜ୍ଞାନିକ ଙ୍କ ମତରେ ଗାଈ ଏକମାତ୍ର ପ୍ରାଣୀ ଯିଏକି ନିଃଶ୍ୱାସ ପ୍ରସ୍ୱାସ ରେ କେବଳ ଅମ୍ଳଜାନ ନେଇଥାଏ ଓ ଅମ୍ଳଜାନ ମଧ୍ୟ ଛାଡିଥାଏ।

ଯେପରି ମନୁଷ୍ୟ ସହିତ ଅନ୍ୟ ପ୍ରାଣୀ ମାନେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଛାଡିଥାନ୍ତି ଏବଂ ବୃକ୍ଷ ଲତା ଅଙ୍ଗାରକାମ୍ଳ ଗ୍ରହଣକରି ଅମ୍ଳଜାନ ଛାଡ଼ିଥାନ୍ତି ସେହିପରି ଗାଈ ମାନେ ନିଶ୍ବାସ ପ୍ରସ୍ଵାସ ରେ କେବଳ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅମ୍ଳଜାନ ତ୍ୟାଗ କରିଥାନ୍ତି।

ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଯାତ୍ରା ସମୟରେ ଗାଈ ଯଦି ତାର ଆଚରଣ ବଦଳାଇଥାଏ ତେବେ ସେ ଯାତ୍ରା ରେ ବିଘ୍ନ ଘଟିଥାଏ।
ରାତ୍ର ସମୟରେ ଗାଈ ବୋବାଇଲେ ତାହା ଶୁଭ ବୋଲି ଧରାଯାଏ।
ଯାତ୍ରା ସମୟରେ ଯଦି ଗାଈ ବାମପଟେ ଵୋବାଏ ତେବେ ତାହା ଶୁଭ ଅଟେ।
କିନ୍ତୁ ଯଦି ଅର୍ଦ୍ଧରାତ୍ର ରେ ଗାଈ ଯଦି କର୍କଶ ସ୍ୱର ରେ ବୋବାଏ କିମ୍ବା କନ୍ଦେ ତେବେ ଆତଙ୍କ ଜନିତ ପରିସ୍ଥିତି ପଡ଼ିପାରେ।
ବ୍ୟକ୍ତି ଯାତ୍ରା କରୁଥିବା ବେଳେ ଯଦି ଗାଈ ତାର ଖୁର ରେ ମାଟି ଖୋଳୁଥିବା ର ଦେଖନ୍ତି ତେବେ ଆଗକୁ କୌଣସି ଜଟିଳ ରୋଗରେ ପଡ଼ିବାର ସମ୍ଭାବନା ଥାଏ।

ଯଦି ଦୂର ସ୍ଥାନ କୁ ଯାତ୍ରା କରିବା ସମୟରେ ଯଦି ଗାଈ କାନ୍ଦିଥାଏ ତେବେ ବାଟରେ ଦୁର୍ଘଟଣା ର ସମ୍ଭାବନା ଥାଏ।
ଯାତ୍ରା କରିବା ସମୟରେ ଗାଈ ଯଦି ତାର ବାଛୁରୀ କୁ ଦେଖିବାକୁ ବୋବାଉଥାଏ ତେବେ ସେହି ବ୍ୟକ୍ତି ର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।
ଯଦି ଗାଈ ପିଠି ଉପରେ ମାଛି ବସିଥାନ୍ତି ତେବେ ବହୁତ୍ ବର୍ଷା ହେବାର ସମ୍ଭାବନା ଥାଏ।

Leave a Reply

Your email address will not be published. Required fields are marked *