ଗାଡି ମାଡ଼ରେ କୁକୁର ଛୁଆ ଙ୍କ ମା ମରିଗଲା କିନ୍ତୁ ଗୋମାତା ସେମାନଙ୍କୁ ଆପଣାଇ ନେଇ କ୍ଷୀର ପିଆଇଲା

କୁହାଯାଏ ମା ର ମମତା ପାଖରେ ଶତ୍ରୁମିତ୍ର ନଥାଏ କେବଳ ଭଲପାଇବା ହିଁ ଥାଏ I ମା କେବଳ ମା,ସେ ମଣିଷ ହେଉ କିମ୍ବା ପଶୁ I ମା ର ଭଲପାଇବା ପାଖରେ ବIଚ୍ଛବିଚାର ନଥାଏ Iଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ କି ଗୋଟେ ମା ର ମମତା ଦେଖିବାକୁ ମିଳିଛି I ମିଳିଥିବା ସୂଚନା ଅନୁଯାଇ ଏକ କୁକୁର ,ଛୁଆ ଜନ୍ମ ପରେ ଗାଡି ଦୁର୍ଘଟଣାରେ ମରିଯାଇଥିଲା I

ମା କୁ ଝୁରି ଝୁରି କ୍ଷୀର ନପାଇ ଛୁଆଗୁଡ଼ିକ ଦୁର୍ବଳ ହେବାରେ ଲାଗିଥିଲେ I ତେବେ ନିକଟରେ ଗୋଟିଏ ଗାଈ ସୋଇଥିବାର ଦେଖି କୁକୁର ଛୁଆ ଗୁଡିକ ତା ପାଖରୁ କ୍ଷୀର ପାନ କରିଥିଲେ I ଗାଈ ଟି ମଧ୍ୟ ଭୋକିଲା ଛୁଆ ମାନଙ୍କର ଭୋକ ବୁଝିପାରିଥିଲା ଏବଂ ତାଙ୍କୁ ଇଥିରୁ ବାରଣ କରିନଥିଲା କାହିଁକିନା ସେ ବି ଗୋଟେ ମା ନା I

ଅନ୍ୟପକ୍ଷରେ ଆଉ ଏକ ଫଟ ମଧ୍ୟ ଭାଇରଲ ହେବାରେ ଲାଗିଛି ଯେଉଁଥିରେ କି ଗୋଟେ ବାଘ ଭଳି ଶତ୍ରୁକୁ ଗାଈ ନିଜ କୋଳରେ ଘୋଡାଇ ଦେଇଛି ପ୍ରବଳ ଶୀତରୁ ରକ୍ଷା ପାଇଁ I ଶୀତ ର ପ୍ରକୋପ ଅଧିକ ଥିବାବେଳେ ବାଘଟି ଥରିଯାଇଥିଲା କିନ୍ତୁ ପାଖରେ ଗୋଟିଏ ଗାଈ ଥିଲା I ଖାଦ୍ୟ ଏବଂ ଖାଦକ ଏକାଠି ଥିଲେ I

ଗାଈଟି ଦୌଡ଼ି ପଳାଇବା ବଦଳରେ ଥରିଯାଉଥିବା ବାଘକୁ ନିଜ କୋଳରେ ଘୋଡାଇ ରହିଥିଲା I ତେଣୁ ଏସବୁ ବେଳେବେଳେ କେଜାଣି କାହିଁକି ଜଣାଇଦିଏ ଯେ ମା ସବୁବେଳେ ମା I

Leave a Reply

Your email address will not be published. Required fields are marked *