ଗରିବ ଛାତ୍ରଛାତ୍ରୀଙ୍କୁ ଉଞ୍ଚଶିକ୍ଷା ପାଇଁ ବର୍ଷକୁ 20 ହଜାର ଟଙ୍କା ଦେବେ ସରକାର I ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’,

ଶିକ୍ଷାର ପ୍ରଚାର ପ୍ରସାର ହେଲେ ହିଁ ଯୁବ ବର୍ଗ ଶିକ୍ଷିତ ହେବେ ରାଜ୍ୟ ଉର୍ଣ୍ଣତ ହେବ Iସେଥିପାଇଁ ଯୁବବର୍ଗ ଙ୍କୁ ଉଞ୍ଚ ଶିକ୍ଷିତ କରିବାକୁ ସରକାର ନେଇଛନ୍ତି ନୂଆ ନିଷ୍ପତି I ଗରିବ ଘର ର ପିଲାମାନେ ଭଲ ପାଠ ପଢୁଥିଲେ ମଧ୍ୟ ପଇସା ଅଭାବ ରୁ ଅଧିକ ପଢି ନପାରି ନିଜ ପଢ଼ାରେ ଡୋରି ବାନ୍ଧିଥାନ୍ତି I ତେବେ ଏହି ଗରିବ ପିଲାମାନଙ୍କ ଊଂଚ୍ଚଶିକ୍ଷା ପାଇଁ ସରକାର ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଲାଗୁ କରିଛନ୍ତି I ଯେଉଁଥିରେ କି ଉଞ୍ଚ ଶିକ୍ଷା କରିବାକୁ ଚାଁହୁଥିବା ଗରିବ ପିଲାମାନଙ୍କୁ ବାର୍ଷିକ 20 ହଜାର ଟଙ୍କା ସରକାର ତରଫରୁ ଦିଆଯିବ I ଏହା କେବଳ ସେହି ଗରିବ ପିଲାମାନଙ୍କ ପାଇଁ ଲାଗୁ ହେବ ଯେଉଁମାନେ ସ୍ନାତକ ଏବଂ ସ୍ନାତକୋତ୍ତର ପଢିବାକୁ ଇଛୁକ ଥିବେ I

ତେବେ ନିୟମାନୁଯାୟୀ ଘରର ପରିବାର ର ମାସିକ ଆୟ 10ହଜାର ଟଙ୍କାରୁ ଅଧିକ ହେଇନଥିବ ,କେବଳ ଓଡ଼ିଶାରେ ଯେ କୌଣସି ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ରେ ନାମ ଲେଖାଇଲେ ,ଯେଉଁମାନଙ୍କର ବାସଗୃହ କିମ୍ବା ଜାଗା ବାଡ଼ି ଜମି ନ ଥିବ ସେହି ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଦିଆଯିବ I

Leave a Reply

Your email address will not be published. Required fields are marked *