ମଦ ପି ମା କନକ ଦୁର୍ଗାଙ୍କ ମୂର୍ତ୍ତି କୁ ହାଣିପକାଇବା ସହିତ ମୂଲ୍ୟବାନ ଅଳଙ୍କାର ଲୁଟିନେଲା ଦୁର୍ବୁର୍ତ

ଦିନକୁ ଦିନ ଚୋରି ଡକାୟତ ବଢିବାକୁ ଲାଗିଛି I ଏବେ ଏବେ ମନ୍ଦିର ମଠ ଗୁଡ଼ିକରେ କେହି ରହୁନଥିବାରୁ ସେଠାରେ ବେଶି ପରିମାଣରେ ଚୋରି ହେଉଛି I ତେବେ କିଛିଦିନ ତଳେ ଏକ ଶିବ ମନ୍ଦିର ରେ ଦୁର୍ବୁର୍ତ ମାନେ ଶିବଲିଙ୍ଗ ଙ୍କୁ ଜଳାଇଦେଇଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି ଏକ ଅଘଟଣ I ପୁରୁଷୋତ୍ତମପୁରର ରାଉଳପଲୀ ରେ ଥିବା କନକଦୁର୍ଗା ମନ୍ଦିରରେ ଘଟିଛି ଅଘଟଣ I

ମଦ ପିଇଲେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ ସେମିତି ସେହି ଗ୍ରାମର ପାଣ୍ଡବ ସ୍ବାଇଁ ରାତି ରେ ମଦ ପି ଏତେ ନିଶାରେ ଥିଲେ ଯେ ରାତିଅଧରେ ମା ଙ୍କ ମନ୍ଦିର ରେ ପଶି ,କବାଟ ଭାଙ୍ଗି ଥିଲା I କବାଟ ଭାଙ୍ଗିବା ପରେ ମା ଙ୍କ ମୁଁହକୁ ଏକ ମାରଣାସ୍ତ୍ର ରେ ହାଣିଦେଇଥିଲା I

ଏହାପରେ ମା ପିନ୍ଧିଥିବା ମୂଲ୍ୟବାନ ଅଳଙ୍କାର ସବୁ ଖୋଲି ରାତିଅଧରେ ଚୋରି କରିନେଇ ପଳାଇଥିଲା I ସକାଳୁ ଘଟଣା ବିଷୟରେ ଜାଣିବା ପରେ ଗାଁ ଲୋକେ ଏକାଠି ହେଇ ତାକୁ ନିର୍ଘାତ ମାଡ ମାରିବା ସହିତ ଜୋତାମାଳ ପିନ୍ଧାଇ ଗାଁ ବୁଲାଇଥିଲେ I ପୋଲିସ ଖବର ପାଇବା ପରେ ତୁରନ୍ତ ସେଠାରେ ପହଞ୍ଚି ପାଣ୍ଡବଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି I

Leave a Reply

Your email address will not be published. Required fields are marked *