ମହିଳାଙ୍କ ମାନବିକତା ;16ଟି ନିରୀହ କୁକୁର ଛୁଆକୁ ରଡ଼ ରେ ପିଟି ପିଟି ମାରି ଫୋପାଡ଼ିଦେଲେ

ଦିନକୁ ଦିନ ମଣିଷ ନିଷ୍ଠୁର ସାଜିବାରେ ଲାଗିଛି I ମଣିଷ ଠାରେ ଆଉ ମଣିଷପଣିଆ ରହୁନି ଅମଣିଷ ହେଇଯାଉଛି ମଣିଷ I ଏମିତି ଏକ ଘଟଣା ଘଟିଛି କୋଲକାତା ରେ Iଏନ୍‌ଆରଏସ୍‌ ମେଡିକାଲ ଓ କଲେଜ ହସ୍ପିଟାଲ୍‌ ପରିସରରେ ଏକ ପ୍ଲାଷ୍ଟିକ ଥଳିରେ କିଛି ଜିନିଷ ପଡିରହିଥିଲା ତେବେ ଏଥିରୁ ଏକ ଖଣ୍ଡିଆ ଖାବରା ହେଇଥିବା ଛୋଟ କୁକୁର ଛୁଆ ବାହାରିବା ପରେ ବାଟରେ ଯାଉଥିବା ଲୋକମାନେ ଭିଡ଼ ଜମାଇବା ସହିତ ଘଟଣା ବିଷୟରେ ଜାଣିବାକୁ ଚାହିଁଥିଲେ I ପ୍ଲାଷ୍ଟିକ ଥଳି ଖୋଲାଯିବା ପରେ ଦେଖିବାକୁ ମିଳିଥିଲା କି ଥଳି ଭିତରେ ପାଖାପାଖି 16ଟି କୁକୁର ଛୁଆକୁ ଅତି ନିଷ୍ଠୁର ଭାବେ କୌଣସି ଏକ ଧାରୁଆ ଅସ୍ତ୍ର ରେ ହତ୍ୟା କରାଯାଇଛି

Iଘଟଣାସ୍ଥଳରେ ପୋଲିସ ପହଁଚି ଖୋଳତାଡ଼ ଜାରି ରହିଛି ତେବେ ପ୍ରାଥମିକ ସୂଚନା ଅନୁଯାଇ ଜଣେ ମହିଳା ଏହି 16ଟି କୁକୁର କୁ ହତ୍ୟା କରି ଫୋପାଡ଼ି ଦେଇଛନ୍ତି I

Leave a Reply

Your email address will not be published. Required fields are marked *