କଂଗ୍ରେସ ଏବଂ ବିଜେପି ବିଧାୟକ ଏବେ ବିଜେଡି ମୁଁହା :9ବିରୋଧି ବିଧାୟକ ମିଶିବେ ବିଜେଡିରେ

ପାଖେଇ ଆସୁଛି 2019 ନିର୍ବାଚନ I ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ରେ ଦଳବଦଳ ସେତେ ଜୋର ଧରିଛି I ଆଗାମୀ ନିର୍ବାଚନ ରେ ଅଧିକାଂଶ ବିରୋଧୀ ବିଜେପି ଏବଂ କଂଗ୍ରେସ ବିଧାୟକ ବିଜେଡି ରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି Iତେବେ ଖୁବ ଶୀଘ୍ର ନିଜ ଦଳ ଛାଡି ବିଜେଡି ରେ ଯୋଗ ଦେବାକୁ ସଜବାଜ ହେଉଥିବା 7ଜଣ ନେତାଙ୍କ ନାମ ଏବେ ଚର୍ଚ୍ଚାରେ I ପ୍ରଥମ ଚର୍ଚିତ ଭାବେ ଦିଲୀପ ରାୟ ଏବଂ ବିଜୟ ମହାପାତ୍ର ଅଛନ୍ତି I ନିକଟରେ ଉଭୟ ବିଜେପି ଛାଡିଛନ୍ତି I ବିଜେଡି ରେ ମିଶିବା ନେଇ ଚର୍ଚ୍ଚା ଧରିଥିଲେ ବି କିଛି ନିଷ୍ପତି ନେଇପାରିନାହାନ୍ତି ଉଭୟ I

ସେହିପରି କଂଗ୍ରେସ ର ବରିଷ୍ଠ ନେତା ନବ ଦାସ ଙ୍କ ନାମ ଚର୍ଚ୍ଚା ରେ ଥିବାବେଳେ ସେ ମଧ୍ୟ ଖୋଲାଖୋଲି କହିସାରିଛନ୍ତି କି ଆସନ୍ତା 24ତାରିଖ ରେ ବିଜେଡି ରେ ମିଶିବେ I କଂଗ୍ରେସ ର କେବଳ ନବ ନୁହନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ,ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ ଙ୍କ ନାମ ବି ଖୁବ ଜୋରଦାର ଚର୍ଚ୍ଚା ହେଉଛି I

ସେହିଭଳି କିଛି ବିଜେପି ନେତା ଦଳ ଛାଡି ବିଜେଡି ରେ ମିଶିବା ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ଚର୍ଚ୍ଚା ଧରିଛି I ତେବେ ସେମାନଙ୍କ ମଧ୍ୟରୁ ସର୍ବପ୍ରଥମେ ଦେବଗଡ଼ ବିଧାୟକ ନୀତିଶ ଗଙ୍ଗଦେବ,ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଏବଂ ନୂଆପଡ଼ା ବିଧାୟକ ଦୁର୍ଯ୍ୟୋଧନ ମାଝୀ ଙ୍କ ନାମ ଚର୍ଚା ହେଉଛି I ଯଦିଓ କେବଳ ନବ ଦାସ ଙ୍କୁ ଛାଡି ଅନ୍ୟ ନେତାମାନେ ନିଜର ମତାମତ ରଖିନାହାନ୍ତି I

Leave a Reply

Your email address will not be published. Required fields are marked *