ଲିଭର କାମ କରୁନଥିଲା :ଡାକ୍ତର ୧୫ ବୋତଲ ବିୟର ପିଆଇଦେବା ପରେ ଭଲ ହେଇ ଘରକୁ ଫେରିଲେ ରୋଗୀ

ମଦ୍ୟପାନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ I ବଡ ବଡ ଅକ୍ଷରରେ ଏ ଚେତାବନୀ ମଦ ବା ନିଶାଜାତୀୟ ପାନୀୟରେ ଦିଆଯାଇଥାଏ I ନିଶାସେବନ ଠାରୁ ଦୁରେଇ ରହିବାକୁ I ବାସ୍ତବରେ କହିବାକୁ ଗଲେ ନିଶା ପାଇଁ ହିଁ ଜୀବନ ଦୁର୍ବିସହ ହେଇପଡ଼େ I ଘର ସଂସାର ଉଜୁଡିଯିବା ସହିତ ଶରୀର ଖରାପ ହେଇଥାଏ I

ତେବେ ଜଣେ ଲିଭର କାମ କରୁନଥିବା ରୋଗୀ ପାଇଁ ବରଦାନ ସାଜିଛି ବିଅର I ଅକାମି ଲିଭର କୁ ସମ୍ପୂର୍ଣ୍ଣ ଭାବରେ ଭଲ କରିଦେଇଛି ବିଅର I ରୋଗୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣା ଟି ସତ୍ୟ Iମିଳିଥିବା ସୂଚନା ଅନୁଯାଇ ଘଟଣା ଟି ଭିଏତନାମର I ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତି ଗୁଏନ ୱେନ ହାଟ ଙ୍କର ରକ୍ତରେ ମିଥେନଲର ପରିମାଣ ବଢିଯିବାରୁ ଶରୀର ଅସୁସ୍ଥ ହେଇପଡିଥିଲା

I ଜୀବନ ପ୍ରତି ବିପଦ ସୃଷ୍ଟି ହେଇଥିଲା I ଲିଭର କାମ କରିନଥିଲା ତେଣୁ ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ମାନେ ବିଅର ପମ୍ପିଂ କରିଥିଲେ I ପାଖାପାଖି 15ଘଣ୍ଟାରେ 15ବୋତଲ ବିଅରରେ ପେଟରେ ବିଅର ପମ୍ପିଂଦ୍ୱାରା ଲିଭର ସଫା କରାଯାଇଥିଲା I ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏହି ବିଅର ପମ୍ପିଂ ଦ୍ୱାରା ପେଟ ସଫା ହେଇ ଲିଭର ସମ୍ପୂର୍ଣ୍ଣ କାମ କରିଥିଲା I

ରୋଗୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେଇ ଘରକୁ ଫେରିଥିଲେ ଯାହାକି ଏବେ ସମସ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *