ପୂଜା ସମୟରେ କର୍ପୁର ର ଏହିପରି ବ୍ୟବହାର ଆମନ୍ତ୍ରଣ କରେ କୁବେର ମହାରାଜ ଙ୍କୁ

ପୂଜା ସମୟରେ ସମସ୍ତେ ଘରେ କର୍ପୁର ର ବ୍ୟବହାର କରୁଥିବେ। କର୍ପୁର ର ଆଳତି ଦ୍ବାରା ଘର ର ବାତାବରଣ ଶୁଦ୍ଧ ହେବା ସହିତ ଘରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହାଦ୍ବାରା ଆତ୍ମା ଓ ମନ କୁ ଶାନ୍ତି ମିଳିଥାଏ ବୋଲି ବାସ୍ତୁ ଶାସ୍ତ୍ର ରେ କୁହାଯାଇଛି। କେବଳ ଆଳତି ନୁହେଁ, ଏହି କର୍ପୁର ର ବହୁତ୍ ଉପକାରୀ ଗୁଣ ରହିଥାଏ।

କର୍ପୁର ର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହା ସହିତ ଏହାକୁ ବ୍ୟବହାର କରି ଆପଣଙ୍କ ଜୀବନରେ ଥିବା ସମସ୍ୟା ଓ ବାସ୍ତୁ ସମସ୍ୟା କୁ ଦୂର କରିପାରିବେ।

କର୍ପୁର ଦ୍ବାରା ଧନପ୍ରପ୍ତି ର ଉପାୟ:-

୧. ଗୋଲାପ ଫୁଲ ଉପରେ କର୍ପୁର ଖଣ୍ଡ ରଖନ୍ତୁ ଏବଂ ସନ୍ଧ୍ୟାରେ ତାହାକୁ ଆଳତି କରନ୍ତୁ। ଏପରି କରିବାଦ୍ୱାରା ଧନପ୍ରାପ୍ତି ହୋଇଥାଏ।
୨. ପାଣିରେ କର୍ପୁର ତେଲ କିଛି ବୁନ୍ଦା ପକେଇ ସ୍ନାନ କରିବା ଦ୍ୱାରା ସୁଫଳ ମିଳିବା ସହ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିଥାଏ।
୩. କର୍ପୁର ଦ୍ବାରା ବସ୍ତୁଦୋଷ ଦୂର:-
ଯଦି ଆପଣଙ୍କ ଘର ର କୌଣସି ସ୍ଥାନ ରେ ବସ୍ତୁଦୋଷ ଥାଏ ତେବେ ସେହି ସ୍ଥାନରେ କିଛି କର୍ପୁର ରଖିନ୍ତୁ। ସେହି କର୍ପୁର ବାୟୁ ରେ ମିଶିଯିବା ପରେ ପୁଣି ସେଠାରେ ଆଉ ଦୁଇଟି କର୍ପୁର ରଖନ୍ତୁ। ଏପରି କରିବା ଦ୍ବାରା ବସ୍ତୁ ଦୋଷକଟିଯାଇଥାଏ
୪. ଆକସ୍ମିକ ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ଘରେ ପ୍ରତିଦିନ ସକାଳେ ସଂଜ ରେ କର୍ପୁର ଆଳତି କରନ୍ତୁ।
୫. ରାତିରେ ରୋଷେଇ ସରିଲା ପରେ ଏକ ରୁପା ପାତ୍ର ରେ କର୍ପୁର ଆଳତି କରିବାଦ୍ୱାରା ଘରେ ଧନ ର ଅଭାବ ରହିନଥାଏ। ଏବଂ ମା ଲକ୍ଷ୍ମୀଙ୍କର ଅଶେଷ କୃପା ବର୍ଷିବ।

Leave a Reply

Your email address will not be published. Required fields are marked *