ଆଜି ୪ଘଣ୍ଟା ପାଇଁ ଜଗନ୍ନାଥ ଙ୍କ ଦର୍ଶନ ବନ୍ଦ:ଜାଣନ୍ତୁ କେତେଟା ରୁ କେତେ ଯାଏ ବନ୍ଦ ରହିବ

ପୁରୀ ଶ୍ରୀ ମନ୍ଦିର ରେ ଆଜି ଲାଗି ହେବ ବନକ ନୀତି, ମହାପ୍ରଭୁ ଙ୍କ ଏହି ଗୁପ୍ତ ନୀତି ଚାଲିବା ସମୟରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବନ୍ଦ ରହିବ।

ଏହି ଦର୍ଶନ ଆଜି ଅପରାହ୍ନ ୪ ଟା ରୁ ରାତି ସାଢ଼େ ଆଠ ଟା ଯାଏ ବନ୍ଦ ରହିବ। କିନ୍ତୁ ଭକ୍ତ ମାନେ ବେଢ଼ା ରେ ପରିଭ୍ରମଣ କରିପାରିବେ।

କଣ ଅଟେ ଏହି ବନକଲାଗି ନୀତି?

ଧଳା କଳା ନାଲି ଓ ହଳଦିଆ ରଙ୍ଗ ରେ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ଏବଂ ସୁଦର୍ଶନ ଙ୍କୁ ବନକ ଲାଗି କରାଯାଏ। ଏହି ରଙ୍ଗ କୁ ସବୁ କଇଥ ଅଠା ରେ ମିଶାଇ ମୂଷିକ ତୂଳୀ ରେ ଶ୍ରୀ ଜୀଉ ଙ୍କ ଅଙ୍ଗ ରେ ଲାଗି କରାଯାଏ।

Leave a Reply

Your email address will not be published. Required fields are marked *