ଜେଲ ଭିତରୁ ପୁଣି ରଚିଥିଲା ସାଙ୍ଘାତିକ ଷଡଯନ୍ତ୍ର ଖସି ପଳାଇଲାବେଳେ ଧରାପଡିଲା ଖଳନାୟକ ପୁଞ୍ଜିଲାଲଙ୍କ

ପୁଞ୍ଜିଲାଲ ରାଜ୍ୟର ଏକ ଚର୍ଚିତ ନାମ I ଯାହାକୁ ଧରିବାକୁ ନୟାନ୍ତ ହେଇଯାଇଥିଲା ରାଜ୍ୟ ପୋଲିସ I ବାହାଘର ରେ ପାର୍ସଲ ବୋମା ପକାଇ ନବଦମ୍ପତି ଙ୍କୁ ଉଡାଇଦେଇଥିଲା ପରେ ଅବଶ୍ୟ ରିମା ବଞ୍ଚିଥିଲେ I ତେବେ ଦୁର୍ଦାନ୍ତ ଭିଲିଆନ ର ଆଖ୍ୟା ପାଇଥିବା ପୁଞ୍ଜି ଲାଲ ମେହେର ଦୀର୍ଘ ଏକ ମାସ ପରେ ଧରାପଡ଼ି ପାଟଣାଗଡ଼ ଉପକାରାଗାରରେ ରହିଥିଲା I ତେବେ ସେଥିମଧ୍ୟ ରଚିଥିଲା ନିଜର ମାଷ୍ଟର ମାଇଣ୍ଡ I ୬ଜଣ ବିଚାରାଧୀନ କଏଦୀ ଙ୍କୁ ଏକାଠି କରି ଜେଲ୍ ରୁ ଖସିଯିବାକୁ କରିଥିଲା ପୁଣିଥରେ ଷଡଯନ୍ତ୍ର I ଏଥର କିନ୍ତୁ ଧରାପଡ଼ିଯାଇଥିଲା I

ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ୬ ଅଭିଯୁକ୍ତଙ୍କୁ ଏକାଠି କରି କାରାଗାରଡେଇଁ ମୁଖ୍ୟ ଗେଟ୍‌ ନିକଟକୁ ପଳାଇ ଆସିଥିଲା I ଏବଂ କିଛି ଅଘଟଣ ଘଟିବା ପୂର୍ବରୁ ୱାର୍ଡେନ୍‌ ଦେଖିଦେଇଥିଲେ ଏବଂ ଜୋରରେ ସାଇରନ୍‌ ବଜାଇଥିଲେ ଯାହାଫଳରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ସଂଗେ ସଂଗେ ତାକୁ କାବୁ କରି ଥିଲା I

Leave a Reply

Your email address will not be published. Required fields are marked *