ପ୍ରିୟଙ୍କା ଗାନ୍ଧିଙ୍କ ରାଜନୀତିରେ ପ୍ରବେଶ।ଏବଂ ଏଥିପାଇଁ ତାଙ୍କ ପଛରେ ଅଛନ୍ତି ଗାନ୍ଧୀ ପରିବାରର ଜ୍ବାଇଁ ଅର୍ଥାତ୍ ରବର୍ଟ ଭଦ୍ରା।
ରବର୍ଟ ଭଦ୍ରା ନିଜର ଫେସବୁକ୍ ପୋଷ୍ଟ ରେ ଉଲ୍ଲେଖ କରିଛନ୍ତି କି ” ଶୁଭେଚ୍ଛା ପି…ତୁମ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମୁଁ ତୁମ ପଛରେ ଛିଡ଼ା ହୋଇଛି।ଆଶା କରୁଛି ନୂଆ ଦାୟିତ୍ଵ ରେ ତୁମେ ଶ୍ରେଷ୍ଠ ପ୍ରଦର୍ଶନ କରିବ।”
୨୦୧୯ ରେ ବିଜେପିକୁ ଚେକ୍ ଦେବାଲାଗି ପ୍ରିୟଙ୍କା ଙ୍କୁ ମଇଦାନକୁ ଆଣିଛନ୍ତି ଭାଇ ରାହୁଲ ଗାନ୍ଧୀ।ଆଉ ତାଙ୍କ ସହ ଛିଡ଼ା ହୋଇ ବିଜେପି ସହ ଏହି ଲଢେଇରେ ସାଥ ଦେଇଛନ୍ତି ସ୍ବାମୀ ରବର୍ଟ ଭଦ୍ରା।ଏହା ପଛରେ ଯଥେଷ୍ଟ କାରଣ ମଧ୍ୟ ରହିଛି।
ଗତ ସାଢ଼େ ୩ ବର୍ଷରୁ ଅଧିକ ସମୟ ହେଲା ମୋଦି ସରକାର ଓ ବିଜେପିର ଟାର୍ଗେଟ୍ ରେ ଗାନ୍ଧୀ ପରିବାର ସହ ରହି ଆସିଛନ୍ତି ଭଦ୍ରା।ଭଦ୍ରା ଦୁର୍ନୀତିର ପାହାଡ ବୋଲି ବାରମ୍ବାର ଗେରୁଆ ଶିବିରରୁ ଆକ୍ରମଣ ହୋଇଛି। ଡି ଏଲ ଏଫ୍ ଜମି ଦୁର୍ନୀତି।
ଗାନ୍ଧୀ ପରିବାର ଜ୍ବାଇଁ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରଥମ ଦୁର୍ନୀତିର ରିପୋର୍ଟ ପ୍ରକାଶ କରିଥିଲା ତେହେଲକା ମାଗାଜିନ୍।ଅଭିଯୋଗ ଅନୁସାରେ ହରିୟାଣାର ମାନ୍ସରାରେ ମାତ୍ର ୩.୫ ଏକର ଜମିକୁ ୭ କୋଟିରେ କିଣିଥିଲେ ଭଦ୍ରା ଙ୍କ କମ୍ପାନୀ ସ୍କାଏଲାଇଟ ହସ୍ପିଟାଲିଟି।ତେବେ ଏହାକୁ ଡି ଏଲ ଏଫ୍ କମ୍ପାନୀକୁ ୫୮ କୋଟି ଟଙ୍କାରେ ବିକ୍ରି କରି ମୁନାଫା କମାଇଥିବା ଅଭିଯୋଗ ହୋଇଥିଲା।ଆଉ ଏଥିପାଇଁ ହରିୟଣା କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ନିୟମରେ ପରିବର୍ତ୍ତନ କରି ଜମିକୁ ବ୍ୟବସାୟ ବ୍ୟବହାର ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇ ଆସୁଥିଲା।
ଏହାପରେ ଭଦ୍ରା ଙ୍କ ରାଫେଲ୍ ମାମଲାରେ ସଂପୃକ୍ତ।ବିଜେପିର କହିବା ଅନୁସାରେ ଭାରତ ବାୟୁସେନା ରାଫେଲ ଲଢ଼ୁଆ ବିମାନ ଆବଶ୍ୟକ କରୁଥିଲା ହେଲେ ତତ୍କାଳୀନ ୟୁପିଏ ସରକାର ଫ୍ରାନ୍ସର ଡ଼ାସେଲ୍ କମ୍ପାନୀ ସହ ଆଗକୁ ବଢିଲା ନାହିଁ।କାରଣ ରାଫେଲ ଯୁଧ୍ୟବିମାନ ର ନିର୍ମାତା ରବର୍ଟ ଭଦ୍ରାଙ୍କ ବନ୍ଧୁ ସଞ୍ଜୟ ଭଣ୍ଡାରି ଙ୍କ କମ୍ପାନୀକୁ ଭାରତରେ ତାର ଅପ୍ସେଟ୍ ପାର୍ଟନର କରିବାକୁ ଚାହୁଁ ନ ଥିଲା।ଆଉ ସେଥିପାଇଁ ଜ୍ବାଇଁଙ୍କ ଚାପରେ ୟୁପିଏ ସରକାର ଆଗକୁ ବଢି ନ ଥିଲେ।