‘ଓଡିଶା ଏକ୍ସକ୍ଲୁସିଭ ‘ର ୧ମ ବାର୍ଷିକ ଉତ୍ସବ ପାଳିତ ଏବଂ ଶାଖା ଅଫିସ ଲୋକାର୍ପିତ

ଓଡିଶା ଏକ୍ସକ୍ଲୁସିଭ ବ୍ୟୁରୋ :ବଦଳିଛି ସମୟ ,ସମୟ ସହିତ ତାଳ ଦେଇ କ୍ରମଶଃ କିଛି ଖବରକାଗଜ ଏବଂ ଗଣମାଧ୍ୟମ ର ତୁହାକୁ ତୁହା ମିଛ ଏବଂ ପେଡ୍ ଵିଜ୍ଞାପନ ପ୍ରସାରଣ ରେ ଅତିଷ୍ଠ ଦର୍ଶକ ଙ୍କ ପାଖରେ ବିକଳ୍ପ ଭାବରେ ହଠାତ ଉଭା ହୁଏ ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ I ନିମିଷକ ମଧ୍ୟରେ କୋଣ ଅନୁକୋଣ ରେ ଘଟୁଥିବା ପ୍ରତିଟି ଖବର ଅତି ସହଜରେ ପାଠକ ଙ୍କ ପାଖରେ ପହଁଚି ପାରୁଛି I ଅନେକ ସମୟରେ ଦେଖାଯାଇଛି ଗଣାମଧ୍ୟମ ଗୁଡିକ କୌଣସି ଏକ ନିର୍ଦ୍ଧିଷ୍ଟ ଦଳ କୁ ସମର୍ଥନ କରି ନିଜର ନୈତିକତା ହରାଇବା ସହ ଲୋକଙ୍କ ବିଶ୍ୱାସ ହରାଇଥାନ୍ତି I

ଯାହାଦ୍ୱରା ଦର୍ଶକ ବା ପାଠକ ଗଣମାଧ୍ୟମ/ଖବର କାଗଜ ରୁ ମୁଂହ ଫେରାଉଥିବା ବେଳେ ସମ୍ପ୍ରତି ପାଠକ ମାନଙ୍କର ବିଶ୍ୱାସ ଭାଜନ ହେଇପାରିଛି ୱେବ ଚାନେଲ I ରାଜ୍ୟର ଯେଉଁ କେତୋଟି ପ୍ରମୁଖ ୱେବ ନିଉଜ ଚାନେଲ ଅଛନ୍ତି ତନ୍ମଧ୍ୟରୁ ଓଡିଶା ଏକ୍ସକ୍ଲୁସିଭ ଅନ୍ୟତମ Iଏକ ବର୍ଷ ତଳେ ଆରମ୍ଭ ହେଇଥିବା ଓଡିଶା ଏକ୍ସକ୍ଲୁସିଭ ଯାତ୍ରାରେ ପ୍ରତି ମୁହୁର୍ତରେ ନିର୍ଭୟ ନିରପେକ୍ଷ ଏବଂ ନିରନ୍ତର ଭାବରେ ସର୍ବଦା ସତ୍ୟ ଖବର ପ୍ରସାରଣ କରିଆସିଛି I ଯେଉଁଥିପାଇଁ ଲୋକଙ୍କ ଭଲପାଇବା ଏବଂ ବିଶ୍ୱାସ ଓଡିଶା ଏକ୍ସକ୍ଲୁସିଭ ପ୍ରତି ବଢ଼ିବାରେ ଲାଗିଛି I ତେବେ ସବୁଠୁ ବଡ କଥା ହେଉଛି ସୋସିଆଲ ମିଡ଼ିଆ ଫେସବୁକ ରେ ସମସ୍ତଙ୍କୁ ପଛରେ ପକାଇ ମାତ୍ର ଏକ ବର୍ଷ ମଧ୍ୟରେ 2ଲକ୍ଷ 25ହଜାର ରୁ ଉର୍ଧ ଫଲୋୟର ହାସଲ କରିବା ସହିତ ପ୍ରତିଦିନ ଲକ୍ଷ ଲକ୍ଷ ପାଠକ ଙ୍କ ବିଶ୍ୱାସ ଜିତିପାରିଛି

I ଏକ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଏକ୍ସକ୍ଲୁସିଭ ର ବାର୍ଷିକ ଉତ୍ସବ ପାଳିତ ହେବା ସହିତ ଢେଙ୍କାନାଳ ଗ୍ରାମାଞ୍ଚଳ ରେ ରେ ଶାଖା ଅଫିସ ଲୋକାର୍ପିତ ହେଇଯାଇଛି Iବାର୍ଷିକ ଉତ୍ସବ ରେ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବିଶେଷ ଅତିଥି ମାନେ ଯୋଗଦେଇ ଓଡିଶା ଏକ୍ସକ୍ଲୁସିଭ ର ଉତ୍ତୋରତ୍ତର କାମନା ମନାସିଛନ୍ତି I

ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ପତି ଏବଂ ସନ୍ତୋଷ ନାୟକ କହିଛନ୍ତି ସତ୍ୟ ଏବଂ ନିର୍ଭିକ ଖବର ପ୍ରସାରଣ ପାଇଁ ଓଡିଶା ଏକ୍ସକ୍ଲୁସିଭ ର ସୃଷ୍ଟି ହେଇଥିଲା ତେବେ ସୋସିଆଲ ମିଡିଆରେ ସବୁବେଳେ ନିର୍ଭୟ ଭାବରେ ସତ୍ୟ ଖବର ସମସ୍ତଙ୍କ ସମ୍ନାକୁ ଆଣିବାକୁ ଉଦ୍ୟମ କରିଥିଲୁ ଯେଉଁଥିପାଇଁ ପାଠକ ଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମକୁ ଆଜି ଓଡ଼ିଶାରେ ପରିଚିତ କରିଛି I ଆଗାମୀ ଦିନରେ ଏ ଯାତ୍ରା ଜାରି ରହିବ I ଓଡିଶା ଏକ୍ସକ୍ଲୁସିଭ ର ବାର୍ଷିକ ଉତ୍ସବ ଅବସରରେ ଢେଙ୍କାନାଳ ଗ୍ରାମାଞ୍ଚଳ ରେ ଏହାର ଏକ ଶାଖା ଖୋଲିଥିବା ବେଳେ ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର କୁହନ୍ତି ଯେ ରାଜଧାନୀ ର ଏସି ରୁମ ରୁ ନୁହେଁ ଗ୍ରାମାଞ୍ଚଳ ରୁ ଏକ ନୂଆ ଆରମ୍ଭ ହେବ I ଗାଁ ବିକଶିତ ହେଲେ ହିଁ ସମାଜ ବଦଳିବ I

Leave a Reply

Your email address will not be published. Required fields are marked *