ଆଉ ଏକ ଲଘୁଚାପ :24ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହିତ କୁଆପଥର ଏବଂ ଶୀତ ରେ ଥରିବ 11ଟି ଜିଲ୍ଲା I

କିଛିଦିନ ତଳେ ଲଘୁଚାପ ଯୋଗୁ ପ୍ରବଳ ଥଣ୍ଡା ରେ ବିଶେଷ ଖୟକ୍ଷତି ହେଇଥିବା ବେଳେ ପୁଣି ଆଉ ଏକ ଲଘୁଚାପ ମାଡି ଆସୁଛି I ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଲଘୁଚାପ ରୂପ ନେବାକୁ ଯାଉଛି I ଏହାର ପ୍ରଭାବ ରେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ରେ ବର୍ଷା ସହିତ କୁଆପଥର ବୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି I ଆସନ୍ତା 24ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିବ ଯାହାଫଳରେ ପାଣିପାଗ କୋହଲା ରହିବା ସହିତ ପାରଦ ଖସିବ

I ପାରଦ ଖସିବା ଫଳରେ ଶୀତ ରେ ସାରା ଓଡିଶା ଥରିବ I ବିଶେଷ କରି ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ I ଝାରସୁଗୁଡା ,ବରଗଡ, ନୂଆପଡା, ଏବଂ ସୁନ୍ଦରଗଡରେ ପ୍ରବଳ ବର୍ଷା ସହିତ କୁଆପଥର ବୃଷ୍ଟି ହେବାର ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେସଞ୍ଜ I

Leave a Reply

Your email address will not be published. Required fields are marked *