ରାଜକୋଷ ରୁ ଲକ୍ଷାଧିକ ଟଙ୍କା ସାରି ଯୁବ ବାହିନୀ ଙ୍କୁ ସିଙ୍ଗାପୁର ଓ ବ୍ୟାଙ୍କକ ବୁଲାଇବେ ସରକାର

ଆଗକୁ ପାଖେଇ ଆସୁଛି ନିର୍ବାଚନ I ନିର୍ବାଚନ ରେ ଜିତିବାକୁ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ଲାନ କରିବାରେ ନିଜ ଲାଗିପଡିଛନ୍ତି I ତେବେ ଆଗାମୀ ନିର୍ବାଚନ ର ମୁଖ୍ୟ ଅସ୍ତ୍ର ହେଉଛି ଯୁବ ବର୍ଗ ଏବଂ ମହିଳା ଭୋଟ ବ୍ୟାଙ୍କ I ଯୁବବର୍ଗ ଙ୍କୁ ସକ୍ରିୟ କରିବାକୁ ପୂର୍ବରୁ ବିଜେଡି ତରଫରୁ ବିଜୁ ଯୁବ ବାହିନୀ ତିଆରି କରାଯାଇଥିଲା I ବିଜେଡି ସରକାର ର ସଫଳତା ଏବଂ ପ୍ରଚାର ପ୍ରସାର ରେ ଯୁବ ବାହିନୀ ମାଧ୍ୟମରେ ଜୋରଦାର ଉଦ୍ୟମ କରାଯାଉଛି I ଅବଶ୍ୟ ବିଜୁ ଯୁବ ବାହିନୀ ନାମରେ ବେଳେବେଳେ ସଂଗୀନ ଅଭିଯୋଗ ଆସିଛି ଖାରବେଳ ଙ୍କୁ ମାଡ଼ ଘଟଣା ହେଉ କିମ୍ବା ଅନ୍ୟ ଘଟଣା ରେ

I ବିରୋଧୀ ମଧ୍ୟ ବାରମ୍ବାର କହିଆସିଚି କି ବିଜୁ ଯୁବ ବାହିନୀ ନୁହେଁ ଗୁଣ୍ଡା ବାହିନୀ I ତେବେ ସୁପ୍ରିମ କିନ୍ତୁ ଯୁବ ବାହିନୀ ଉପରେ ବେଶ ଖୁଶି I ରାଜ୍ୟର ପ୍ରତି ଜିଲ୍ଲାରୁ 5ଜଣ କରି 150ଜଣ ଶ୍ରେଷ୍ଠ ଯୁବକ ଙ୍କୁ ବାଛି ରାଜକୋଷ ରୁ ଲକ୍ଷାଧିକ ଟଙ୍କା ସାରି ପିକନିକ ରେ ବିଦେଶ ଭ୍ରମଣ ପାଇଁ ସିଙ୍ଗାପୁର ଓ ବ୍ୟାଙ୍କକ ବୁଲାଇବେ ସରକାର I

ଯଦିଓ ଏନେଇ ଦଳୀୟ ସୂଚନା ଆସିନି ତେବେ ଏପରି କାର୍ଯ୍ୟକ୍ରମ କୁ ବିରୋଧ କରି ତୀବ୍ର ସମାଲୋଚନା କରିଛି ବିଜେପି ଯୁବମୋର୍ଚା I

Leave a Reply

Your email address will not be published. Required fields are marked *