ଭଦ୍ରକରେ ନାବାଳିକା ମେଲୋଡି ଗାୟିକାଙ୍କୁ ମଦ ପିଆଇ ଗଣ ଦୁଷ୍କର୍ମ,

ଭଦ୍ରକ ରେ ଘଟିଛି ଏକ ଲୋମହର୍ଷଣ କାରି ଘଟଣା I ଗୀତ ଗାଇବାକୁ ଆସିଥିବା ଗାୟିକା କୁ ମଦ ପିଆଇ ଦୁଷ୍କର୍ମ କରିଛନ୍ତି ଦୁଇଜଣ ଯୁବକ I ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ଭଦ୍ରକ ବନ୍ଧଗାଁରେ ଜଣେ ଟେଣ୍ଟ ବ୍ୟବସାୟୀଙ୍କ ପୁଅର ଜନ୍ମଦିନ ଉତ୍ସବ ରେ ଗୀତ ଗାଇବାକୁ କୁନି ଗାୟିକାଙ୍କୁ ଡକାଯାଇଥିଲା I କାର୍ଯ୍ୟକ୍ରମ ସରିବା ପରେ ଗାୟିକା ଜଣଙ୍କ ଗୀତ ଗାଈ ଫେରୁଥିବା ବେଳେ ବାଟରେ ସେହି ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଜୋରଜବରଦସ୍ତ ରାସ୍ତାରୁ ଟେକି ନେଇଥିଲେ ଏବଂ ମଦ ପିଆଇ ଦୁଷ୍କର୍ମ କରିଥିଲେ I

ନାବାଳିକା ଗାୟିକା ଜଣଙ୍କ ନେହୁରା ହେଇ ଛାଡିଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଦୁଷ୍କର୍ମକାରୀ ଛାଡ଼ିନଥିଲେ I ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦୁଇ ଅଭିଯୁକ୍ତ ସୁଶାନ୍ତ ପୁହାଣ ଏବଂ ଉମାକାନ୍ତ ବେହେରା ଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *