ଆମ ରାଜ୍ୟର ଅଙ୍ଗନୱାଡ଼ି କର୍ମୀଙ୍କ ଦରମା କିଛି ଦିନ ତଳେ ୭୫୦୦ କୁ ବୃଦ୍ଧି କରାଯାଇଛି।ଏହା ନେଇ ମତ ରଖିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ।କହିଛନ୍ତି ରାଜ୍ୟ ସରକାର ଯେଉଁ ଦରମା ବୃଦ୍ଧି କରିଛନ୍ତି ତାହା କେନ୍ଦ୍ର ଦେଇଛି।ମାତ୍ର ବନ୍ଦନା ଯୋଜନାରେ କେନ୍ଦ୍ର ୭୦ କୋଟି ଟଙ୍କା ଦେଇଛି।ହେଲେ ଓଡ଼ିଶା ସରକାର ମାତ୍ର ୭ ଜଣ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିଛନ୍ତି।ସେହିପରି ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ପ୍ରତି କର୍ମକ୍ଷେତ୍ରରେ କମିଟି ଗଠନ କରାଯିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ।ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ପ୍ରଧାନମନ୍ତ୍ରୀ ମାତୃ ଯୋଜନାରେ ୬୦୦୦ ଟଙ୍କା ଦେଉଛି।