ଜାଣନ୍ତୁ ବର୍ଷା ଙ୍କ ବିଷୟରେ କିଛି ଅଜଣା କଥା

ଓଡ଼ିଆ ସିନେ ଜଗତର ସେ ଚୁଲବୁଲି ନାୟିକା I ସବୁ ଦର୍ଶକ ଙ୍କର ଅତି ପ୍ରିୟ ଅଭିନେତ୍ରୀ I ନିଜ ଅଭିନୟ ରେ ସମସ୍ତଙ୍କୁ ବାନ୍ଧି ରଖିପାରୁଥିବା ଏହି ଅଭିନେତ୍ରୀ ଓଡ଼ିଶାର କୋଣ ଅନୁକୋଣ ରେ ପରିଚିତ ,କେବଳ ଓଡିଶା ନୁହେଁ ଅନେକ ବେଙ୍ଗଲ ଚଳଚିତ୍ର ରେ ମଧ୍ୟ ନିଜର ନିଆରା ଅଭିନୟ ର ବଳିଷ୍ଠ ଛାପ ଛାଡିଛନ୍ତି I 7ଅଗଷ୍ଟ 1984 ମସିହାରେ ଜନ୍ମିତ ବର୍ଷା ୨୦୦୩ ମସିହାରେ ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିବା ବର୍ଷା ଇତି ମଧ୍ୟରେ 30/35 ଟି ଚଳଚିତ୍ର କରିସାରିଲେଣି I

ଅନୁଭବ ଙ୍କ ସହିତ ବର୍ଷା ଙ୍କ ଯୋଡି କୁ ସବୁମହଲ ରୁ ସ୍ୱୀକୃତି ମିଳିଥିଲା Iରିଅଲ ଦୁନିଆର ଯୋଡି ବାସ୍ତବ ଯୋଡି ରେ ପରିଣତ ହେଇଥିଲା I 2014 ରେ ଅନୁଭବ ଏବଂ ବର୍ଷା ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ

I ସିନେମା ରେ ଆସିବା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବେ ମା ଏବଂ ଗୋଲାମଗିରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ I ଏକ ଧାରାବାହିକ ପଣତକାନିରେ ମଧ୍ୟ ବର୍ଷା ଅଭିନୟ କରିଥିଲେ I ନିକଟରେ ବର୍ଷା ଙ୍କ ନିମକୀ :ନିମପୁର ରୁ ନବୀନ ନିବାସ ମୁକ୍ତିଲାଭ କରିଛି ଯାହାକୁ ନେଇ ସବୁଆଡେ ଚର୍ଚା I ନିଜେ ବର୍ଷା ମଧ୍ୟ କହିଛନ୍ତି ଯେ ଏ କାହାଣୀ ସେ ନିଜେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ ଆଦର୍ଶ ଭାବିକି I

ତେବେ ନିମକୀ ମୁକ୍ତିଲାଭ ପରେ ଏକ ଘରୋଇ ଚାନେଲ ରେ ସାକ୍ଷାତକାର ସମୟରେ ବର୍ଷା କହିଛନ୍ତି ଯେ ଯଦି ସୁଯୋଗ ମିଳେ ସେ ଆଗକୁ ରାଜନୀତି ପାଇଁ ଭାବିବେ I ମୁଖ୍ୟମନ୍ତ୍ରୀ ଙ୍କୁ ଯେହେତୁ ସେ ଆଦର୍ଶ ଭାବେ ଭାବନ୍ତି ତେଣୁ ଭବିଷ୍ୟତରେ ରାଜନୀତି କୁ ଆସିବେ ଯଦି ସୁଯୋଗ ମିଳେ I

Leave a Reply

Your email address will not be published. Required fields are marked *