ପୂର୍ବତନ ବିଧାୟକ ନବିନ ନନ୍ଦଙ୍କ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ବୈଠକ ।

( ଓଡିଶା ଏକ୍ସ କ୍ଲୁ ସିଭ ବ୍ୟୁରୋ /୨୮.୦୧.୨୦୧୯).: ଆଜି କପିଳାସରେ ଢେଙ୍କାନାଳ ବିଧାୟକ ନବିନ ନନ୍ଦଙ୍କ ଆହ୍ବାନ କ୍ରମେ ଏକ ପ୍ରାକ୍ ନିର୍ବାଚନୀ ବୈଠକ କପିଳାସରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଁଦିଆ, ସଦର ବ୍ଲକ, ଛଦେଶ ଓ ଢେଙ୍କାନାଳ ମୁନିସିପାଲିଟି ରୁ ଚାରି ଶହ ପାଖାପାଖି ପ୍ରମୁଖ ରାଜନୈତିକ ସହଯୋଗୀ ଯୋଗଦାନ କରିଥିଲେ Iଆଗାମୀ ନିର୍ବାଚନ ରେ ନବିନ ନନ୍ଦ ଯେଉଁ ଦଳ କି ଚିହ୍ନରେ ଲଢିଲେ ସେମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସହମତି ପ୍ରଦାନ କରିଥିଲେ ।

ଯଦି ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ଦୃଶ୍ୟପଟକୁ ଅନୁଧ୍ୟାନ କରାଯାଏ ଏଠାକାର ପରିସ୍ଥିତି ଗୋଳିଆମାଳିଆ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରସରୁ କାହାକୁ ଟିକଟ ମିଳିବ ସେ ନେଇ ସମସ୍ତେ ସଂଦିହାନ ଅଛନ୍ତି । ବିଶେଷ କରି ସାଶକ ଦଳ ତରଫରୁ ସରୋଜ ଆଶାୟୀ ଥିବାବେଳେ କଂଗ୍ରେସ ରୁ ମିଶିଥିବା ସୁଧୀର ସାମଲ ମଧ୍ୟ ଏହି ନିର୍ବାଚନୀ ମଣ୍ଡଳୀ ଉପରେ ନଜର ପକାଇଛନ୍ତି I ଅପରପକ୍ଷରେ ବିଜେପି ରେ ନିକଟରେ ଦଳୀୟ ଅସନ୍ତୋଷ ଦେଖାଯାଇଥିବା ଚର୍ଚା ହେଇଥିଲା I

ଏପରି ପରିସ୍ଥିତିରେ ଗୋଳିଆ ପରିସ୍ଥିତି ର ଫାଇଦା ଉଠାଇବାକୁ ନିଜ ସଂଘଠନ କୁ ଦୃଢ କରି ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି ନବୀନ ନନ୍ଦ I ସ୍ଥାନୀୟ ସମସ୍ୟା ଗୁଡିକୁ ଏକାଠି କରି ଏହା ବିରୋଧରେ ବିଶାଳ ସମାବେଶ ମଧ୍ୟ କରୁଛନ୍ତି I ନିକଟରେ ଏକ ବିଶାଳ ସମାବେଶ ରେ ପାଖାପାଖି 15ହଜାର ରୁ ଉର୍ଧ କର୍ମୀ ଯୋଗଦେଇଥିଲେ I ଯାହାକି ନବୀନ ଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢୁଥିବା ଜିଲ୍ଲାରେ ଅନୁମାନ କରିହେଉଛି I

Leave a Reply

Your email address will not be published. Required fields are marked *