ଶେଷରେ ଗିରଫ ହେଲେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ବାଣୀ ବିହାର ଛାତ୍ର

ଗତକାଲି ସିନେମା ହଲ ରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସହିଦ ନଗର ପୁଲିସ ଶେଷରେ 3 ଜଣକୁ ଗିରଫ କରିଛି।ସେମାନେ ହେଲେ ସୌମ୍ୟ ରଞ୍ଜନ ମହାପାତ୍ର, ଅନନ୍ତ ନାରାୟଣ ସାମନ୍ତରାୟ ଏବଂ ସୁବ୍ରତ ବିଶ୍ । ଏହି ଘଟଣାକୁ ନେଇ ତାତିଥିଲେ ସାମ୍ବାଦିକ । ପୋଲିସ ଡିଜିଙ୍କୁ ଭେଟି ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ବିଭିନ୍ନ ସାମ୍ବାଦିକ ସଂଗଠନ। ଘଟଣାଟି ଅଧିକ ତୀବ୍ରତର ହେଇଥିଲା ଯେତେବେଳେ ପୋଲିସ ଖାଲି ହାତରେ ବସିଥିଲା ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ମହାରାଜା ସିନେମା ହଲରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେବା ପରେ ଘଟଣାକୁ ନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲା ।

ଏହି ସମ୍ବେଦନଶୀଳ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ସାମ୍ବାଦିକ ସୁରକ୍ଷା ମଞ୍ଚ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଏହାସହ ବରିଷ୍ଠ ସାମ୍ବାଦିକମାନେ ପୋଲିସ ଡିଜିଙ୍କୁ ଭେଟି ଦୁର୍ବ୍ୟବହାରକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ

। ଶେଷରେ ଦୁର୍ବ୍ୟବହାରକାରୀଙ୍କୁ ଗିରଫ କରିଛି ପୋଲିସ । ତେବେ ଆଗକୁ ସାମ୍ବାଦିକଙ୍କୁ ସୁରକ୍ଷା କେତେ ମିଳୁଛି ତାହା ପ୍ରଶ୍ନବାଚୀ।

Leave a Reply

Your email address will not be published. Required fields are marked *