ହାଜର ହେଲେ ଜାଗି କହିଲେ ୨୨ ବର୍ଷ ଧରି ଠିକ୍ ଠାକ୍ ଚାଲିଥିଲା ଏବେ କିନ୍ତୁ ଓଟିଭି କୁ ଜାଣିଶୁଣି ହଇରାଣ କରାଯାଉଛି।

ରାଜ୍ୟର ଖବର ପ୍ରସାରଣ କାରି ଚାନେଲ ମାନଙ୍କ ମଧ୍ୟରେ ବିଗତ ଦୁଇ ଦଶନ୍ଧି ଧରି ଏକ ନମ୍ବର ସ୍ଥାନ ଅଧିକାର କରି ଆସିଛି ଓଟିଭି I ବୈଜୟନ୍ତ ବିଜେଡି ରୁ ଛାଡ଼ିଚାଲିଯିବା ପରେ ବିଜେଡି ଏବଂବୈଜୟନ୍ତ ଙ୍କ ମଧ୍ୟରେ ତୁତୁ ମେଁ ମେଁ ଲାଗିରହିଥିଲା I ତେବେ ବୈଜୟନ୍ତ ଙ୍କ ଚାନେଲ ଓଟିଭି ସାଶକ ଦଳ ବିରୁଧରେ ବାରମ୍ବାର କହୁଥିବା ଅଭିଯୋଗ ଆସିଥିଲା ଏବଂ ଓଟିଭି କୁ ବୟକଟ କରିଥିଲେ ବିଜେଡି ନେତାଏ I

ଗତ ମାସ ୧୯ ତାରିଖରେ ବାଚସ୍ପତି ଙ୍କୁ ନେଇ ଏକ ଖବର ପ୍ରସାରଣ କରିଥିଲା ଓଟିଭି ଯାହାକୁ ନେଇ ଗୃହରେ ‘ଓଟିଭି’ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ ତାରା ବାହିନୀପତି I ଏନେଇ ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ ଦିଆଯିବା ପରେ ଆଜି ବିଧାନସଭାରେ ହାଜର ହେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମତୀ ପଣ୍ଡା I

କହିଛନ୍ତି ଯେ ଦୀର୍ଘ 22ବର୍ଷ ମଧ୍ୟରେ ସବୁ ଠିକ୍ ଠାକ୍ ଚାଲିଥିଲା ଏବେ କିନ୍ତୁ ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଛି I 22ବର୍ଷ ମଧ୍ୟରେ ଜଣେ ମହିଳା ଉଦ୍ୟୋଗପତି ଭାବରେ ପାଖାପାଖି ୨୦୦୦ରୁ ଉର୍ଧ ନିଯୁକ୍ତି ସୃଷ୍ଟି କରିଥିଲେ ମଧ୍ୟ ଉଦେଶ୍ୟମୂଳକ ଓଟିଭିକୁ ଆକ୍ରମଣ କରାଯାଇ ହଇରାଣ କରାଯାଉଛି I ଓଟିଭି ନିଜର ସାମ୍ବାଦିକ ମାନଙ୍କ ଉପରେ ଗର୍ବ କରେ ସେମାନେ ସର୍ବଦା ନିରପେକ୍ଷ ଖବର ପ୍ରସାରଣ କରିଥାନ୍ତି I

Leave a Reply

Your email address will not be published. Required fields are marked *