ଅଦିନିଆ ବର୍ଷା ଯୋଗୁ ମଣ୍ଡିରେ ଭିଜୁଥିବା ଚାଷୀଙ୍କ ଧାନକୁ ପଲିଥିନ୍‌ ଘୋଡାଇ ସୁରକ୍ଷିତ ରଖିଲେ ବିଡିଓ।

ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ପାଗ କୋହଲା ସହିତ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେବାରେ ଲାଗିଛି I ତେବେ ନବରଙ୍ଗପୁର ରେ ଦେଖିବାକୁ ମିଳିଥିଲା ଏକ ବିରଳ ଘଟଣା I ସକାଳୁ ସକାଳୁ ବର୍ଷା ହେବାରୁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଧାନମଣ୍ଡିରେ ଚାଷୀଙ୍କ ଧାନ ବସ୍ତାଗୁଡିକ ଉପରେ ପାଣି ପଡି ଭିଜିଯିବା ଭଳି ଅବସ୍ଥା ହେବାରୁ ଉପସ୍ଥିତ ଥିବା ଚନ୍ଦାହାଣ୍ଡି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସହଯୋଗୀ ମାନଙ୍କ ସହିତ ଯଥା ସମ୍ଭବ ପଲିଥିନ ସଂଗ୍ରହ କରି ନିଜେ ଧାନ ବସ୍ତା ଗୁଡିକ ଘୋଡେ଼ଇବାରେ ଲାଗିଥିଲେ I ଯାହାଫଳରେ ବର୍ଷା ରୁ ଚାଷୀଙ୍କ ଧାନ ସୁରକ୍ଷିତ ରହିଯାଇଥିଲା I

ଘଟଣା ଜଣାପଡିବା ପରେ ଚାଷୀଙ୍କ ମୁଁହରେ ହସ ଖେଳିଯାଇଛି ଏବଂ ବିଡ଼ିଓ ଙ୍କୁ ପ୍ରସଂଶା ରେ ଅଜାଡି ଦେଇଛନ୍ତି । ସତରେ ବିଡ଼ିଓ ହେବ ତ ଏମିତି I ତେବେ ଏହା କୌଣସି ଲୋକଦେଖାଣିଆ ପାଇଁ କାମ ନୁହେଁ ପୂର୍ବରୁ ଯେତେବେଳେ ବି ଯେଉଁଠି ସମସ୍ୟା ହୁଏ କିମ୍ବା ଦୁର୍ଘଟଣା ଘଟେ ନିଜେ ବିଡ଼ିଓ ସେହି ସ୍ଥାନରେ ପହଁଚି ଘଟଣାର ତଦାରଖ କରନ୍ତି I

Leave a Reply

Your email address will not be published. Required fields are marked *