ପୁଣି କଂଗ୍ରେସ ଛାଡି ପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା କହିଲେ ରାଜନୀତିରେ ପରିବର୍ତ୍ତନର ସମୟ ଆସିଛି

ଗତ କିଛିଦିନ ଧରି କଂଗ୍ରେସ ରୁ ଟାଣୁଆ ନେତାମାନେ ଦଳ ଛାଡୁଥିବା ବେଳେ ଏବେ ପୁଣି ସାଲେପୁର ବିଧାୟକ ଙ୍କୁ ନେଇ ଚର୍ଚ୍ଚା I ନିକଟରେ ନବ ଦାସ କଂଗ୍ରେସ ଛାଡି ବିଜେଡି ରେ ମିଶିବା ଏବଂ ଯୋଗେଶ ସିଂ ମଧ୍ୟ କଂଗ୍ରେସ ଛାଡିଛନ୍ତି I ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି I ଗୋଟେ ପଟେ ଓଡିଶାରୁ କଂଗ୍ରେସ ମୂଳପୋଛ ହେଇଯାଉଥିବା ବେଳେ ଅନ୍ୟପଟେ ଦଳ ଛାଡୁଥିବା ନେତାମାନେ ବିଜେଡି ରେ ସାମିଲ ହେଉଛନ୍ତି I କିଛିଦିନ ଧରି ପ୍ରକାଶ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଥିଲା I ଏବେ ତାଙ୍କ କାର୍ଯ୍ୟକଳାପ ଦେଖିଲେ ସେମିତି ହିଁ ଜଣାପଡୁଛି I ଆଜି ପ୍ରକାଶ ବେହେରାଙ୍କ ଏକ ରାଲି ଆୟୋଜନ କରିଛନ୍ତି ଯାହାର ନାମ ରହିଛି ‘ଆସନ୍ତୁ ଚାଲିବା’ I

ତେବେ ସବୁଠାରୁ ବଡ କଥା ହେଉଛି ରାଲିର ବ୍ୟାନରରେ କଂଗ୍ରେସ ଦଳ କିମ୍ବା ନେତାଙ୍କ ଫଟ ନାହିଁ I ନିଜେ ପ୍ରକାଶ ବି କହିଛନ୍ତି ଯେ ରାଜନୀତିରେ ପରିବର୍ତ୍ତନର ସମୟ ଆସିଛି । ତେବେ କଣ କଂଗ୍ରେସ ଛାଡିବା ପାଇଁ ମନସ୍ତ କରିସାରିଲେଣି ପ୍ରକାଶ ବେହେରା ??

Leave a Reply

Your email address will not be published. Required fields are marked *