ରାହୁଲ ଗାନ୍ଧୀଙ୍କ ଭଳି ବିନମ୍ରତା ନେତା ଦେଶକୁ ଆବଶ୍ୟକ: ବିଜେପି ବିଧାୟକ ତଥା ଗୋଆ ଉପ ବାଚସ୍ପତି

ବିଜେପି ର ମୁଖ୍ୟ ପ୍ରତିଦ୍ବନ୍ଦୀ ହେଉଛି କଂଗ୍ରେସ I ଦୁହିଁଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ I ତେବେ ଗୋଆରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା I ବିଜେପି ର ଜଣେ ଟାଣୁଆ ନେତା କଂଗ୍ରେସ ଅଧ୍ୟକ୍ଷ ଙ୍କୁ ପ୍ରସଂଶା ରେ ଅଜାଡି ପକାଇଛନ୍ତି I ସୂଚନା ଅନୁଯାଇ ଗୋଆରେ ବିଜେପି ସରକାର ଚାଲୁଚି I ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ଥିବାରୁ ମଙ୍ଗଳବାର ରାହୁଲ ଗାନ୍ଧୀ ତାଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଥିଲେ I ରାହୁଲ ଙ୍କ ସାକ୍ଷାତ ପରେ ବିଜେପି ବିଧାୟକ ତଥା ଉପବାଚସ୍ପତି ମାଇକେଲ ଲୋବୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପଶଂସା ରେ ଶତମୁଖ I ଯୁଆଡେ ଯାଉଛନ୍ତି ରାହୁଲ ଙ୍କ ବିଷୟରେ କହୁଛନ୍ତି I

ଦେଶ ପାଇଁ ରାହୁଲ ଙ୍କ ଭଳି ଜଣେ ବିନମ୍ରତା ତଥା ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ ବ୍ୟକ୍ତି ଦରକାର I ବିରୋଧୀ ନେତାଙ୍କ ଖରାପ ସମୟରେ ସାକ୍ଷାତ କରିବା ରାହୁଲ ଙ୍କ ଉଦାର ମନୋଭାବ ତଥା ବିନମ୍ରତାର ଲକ୍ଷଣ I

Leave a Reply

Your email address will not be published. Required fields are marked *