ଓଟିଭି ନିର୍ଦ୍ଦେଶିକା ଙ୍କୁ ବିଧାନସଭା ହାଜର ହେବା ଉଦେଶ୍ୟ ପ୍ରଣୋଦିତ : ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ କନକ ବର୍ଦ୍ଧନ ସିଂହଦେଓ

ବିଧାନସଭାରେ ଓଟିଭି ଦ୍ୱାରା ପ୍ରସାରିତ ଏକ ଖବର କୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍ବାଧୀକାର ଭଙ୍ଗ ନୋଟିସ ଆଣିଥିଲେ ଯାହାକୁ ଆଧାର କରି ଓଟିଭି ର ନିର୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ବିଧାନସଭା ଗୃହ କିମିଟି ନିକଟରେ ହାଜର ହେବା କୁ ନୋଟିସ ଜାରି କରାଯାଇଥିଲା ଏବଂ ଜାଗି ମଙ୍ଗତ ପଣ୍ଡା ହାଜିର ହେଇ ନିଜର ପ୍ରତିକ୍ରିୟା ରଖିଥିଲେ ଯେ ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଛି i ସନ୍ଧ୍ୟା ସମୟରେ ଅଭିଯୋଗ କରିଥିବା ତାରIବାହିନୀ ପତି ମଧ୍ୟ କହିଥିଲେ ଯେ ସେ ଯେଉଁ ଅଭିଯୋଗ କରିଥିଲେ ତାକୁ ବହୁ ପୂର୍ବରୁ ଫେରେଇନେଇଛନ୍ତି ତେଣୁ ଜାଗି ଙ୍କୁ ଡାକିବା ଉଚିତ ନୁହେଁ I ତେବେ ଆଜି ସମସ୍ତ ଘଟଣାର ତର୍ଜମା କରି ବିଧାନସଭା ସ୍ୱାଧିକାର କମିଟି ସଦସ୍ୟପଦରୁ କେଭି ସିଂହଦେଓ ଇସ୍ତଫା ଦେଇଛନ୍ତି।

ଏବଂ କହିଛନ୍ତି ଯେ ଜାଗି ଜଣେ ମହିଳା ଉଦ୍ୟୋଗୀ ତାଙ୍କୁ ଏଭଳି ହଇରାଣ କରିବା ଉଚିତ ନୁହେଁ I ଯଦି କୌଣସି ଖବର ପ୍ରସାରଣ ହୁଏ ତେବେ ସମ୍ବାଦଦାତା ଙ୍କୁ ନୋଟିସ ହୁଏ ନିର୍ଦେଶିକା ଙ୍କୁ ନୁହେଁ Iଏହା ସମ୍ପୂର୍ଣ୍ଣ ରାଜନୈତିକ ଉଦେଶ୍ୟ ପାଇଁ ଜାଗି ଙ୍କୁ ହଇରାଣ କରାଯାଉଛି ତେଣୁ ଏଭଳି କମିଟି ରୁ ସେ ଇସ୍ତଫା ଦେଇଛନ୍ତି I

Leave a Reply

Your email address will not be published. Required fields are marked *