ବିବାହ ବେଦୀରୁ ବରକୁ ଉଠାଇନେଲା ପୋଲିସ :ଘରେ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ରସିକିଆ ଯୁବକ

ଘରେ ବିବାହିତା ସ୍ତ୍ରୀ ଅଛି ,ତଥାପି ଆଉ ଥରେ ବିବାହ କରିବାକୁ ବେଦିରେ ବସିଥିବା ସମୟରେ ଗିରଫ ହେଇଚି ରସିକିଆ ଯୁବକ I ମିଳିଥିବା ସୂଚନା ଅନୁଯାଇ ଘଟଣାଟି ଅନୁଗୋଳ ଜିଲ୍ଲାର I ଅନୁଗୁଳ ର ମଝିକା ମନ୍ଦିରରେ ଗତକାଲି ଏକ ବିବାହ ସମ୍ପର୍ଣ୍ଣ ହେଉଥିବା ସମୟରେ ଅଚାନକ ପୋଲିସ ପହଁଚି ବରକୁ ଗିରଫ କରି ଥାନାକୁ ନେଇଯାଇଛି I ଘଟଣାଟି ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି I

ମିଳିଥିବା ଖବର ଅନୁଯାଇ ଯୁବକ ଙ୍କ ନାମ ଅବନୀ ରାଉତ I ଘର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ଥାନା ର କଂସରା ଗ୍ରାମରେ I ବର୍ଷକ ତଳେ ଅବନୀ ଙ୍କର ବିଲେଇଖଳି ଗ୍ରାମରେ ବିବାହ ହେଇଥିଲା I ଯୁବତୀଙ୍କ ନାମ ଅପରାଜିତା ଭୋଇ Iତେବେ ବିବାହ ର ବର୍ଷକ ପରେ ସ୍ତ୍ରୀ ଆଉ ଭଲ ଲାଗିନଥିଲେ ଅବନୀ ଙ୍କୁ I ନିକଟସ୍ଥ ଗ୍ରାମ କାଳିଆ କଟା ରୁ ଆଉ ଜଣେ ଯୁବତୀ ଙ୍କ ପ୍ରେମରେ ପଡିଯାଇଥିଲେ ଅବନୀ I

ଯୁବତୀ ଙ୍କୁ ମିଛ କଥା କହି ଅନୁଗୋଳ ମଝିକା ମନ୍ଦିରରେ ବିବାହ କରୁଥିବା ସମୟରେ ସ୍ଥାନୀୟ ସ୍ବେତ୍ସାସେବୀ ମହିଳା ଘଟଣା ସମ୍ପର୍କ ରେ ପୋଲିସ କୁ ଜଣାଇଥିଲେ I ପୋଲିସ ଘଟଣା ସ୍ଥଳରେ ପହଁଚି ଯୁବକ କୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *