ବୈଠକ ଭିତରେ ବିଜେପି ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଜେଡି ର ଦୁଇ ବିଧାୟକ କହିଲେ ଗେଟ୍‌ ଆଉଟ୍‌

ଭଦ୍ରକ (ଓଡ଼ିଶା ଏକ୍ସକ୍ଲୁସିଭ୍ ):ଜିଲ୍ଲାପରିଷଦ ବୈଠକ ରେ ଦେଖିବାକୁ ,ମିଳିଛି ଏକ ଅଘଟଣ I ଜିଲାପରିଷଦ ସଭ୍ୟା ଏବଂ ବିଧାୟକ ଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖାଯାଇଛି I ଗତକାଲି ଭଦ୍ରକ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ବୈଠକ ହେଉଥିବା ସମୟରେ କୌଣସି କାରଣ ବଶତଃ ବିଜେପି ଜିଲ୍ଲାପରିଷଦ ସଭ୍ୟା ରଂଜିତା ସ୍ୱାଇଁ ଏବଂ ବିଜେଡି ବିଧାୟକ ଙ୍କ ସହିତ ଯୁକ୍ତିତର୍କ ହେଇଥିଲା

I ଘଟଣା ଏତେ ତୀବ୍ର ହେଇଥିଲା ଯେ ରଂଜିତା ଙ୍କୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବୈଠକ ରୁ ବାହାରିଯିବାକୁ ‘ଗେଟ୍ ଆଉଟ’ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଧୁଷୁରୀ ର ବିଜେପି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ। ଫଳରେ ସେଠାରେ ଉପସ୍ଥିତ ଥିବା ୪ ଜଣ ଜିଲା ପରିଷଦ ବୈଠକ ରୁ ଉଠି ପଳାଇଥିଲେ I

Leave a Reply

Your email address will not be published. Required fields are marked *