ଓଡ଼ିଆ ପୁଅ ଙ୍କ ଦ୍ୱାରା ଅଙ୍କିତ ନମୋ ଙ୍କ ଫୋଟୋ ଚିତ୍ର ନିଲାମ ହେଲା ୫ ଲକ୍ଷ ରେ

ଗୋଟିଏ ହାତରେ ବ୍ୟାଗ୍ ଓ ଅନ୍ୟ ହାତରେ ଛତା ଧରି ଯାତ୍ରୀ ଙ୍କ ଗହଣ ରେ ରେଲୱେ ଷ୍ଟେସନ ରୁ ଜଣେ ସାଧାରଣ ବ୍ୟକ୍ତି ଓହ୍ଲାଇ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିତ୍ର ୫ ଲକ୍ଷ ଟଙ୍କା ରେ ଦର ରେ ନିଲାମ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି ଏହି ଚିତ୍ର କୁ ଓଡ଼ିଶା ର ଜଣେ ପୁଅ ବିଜୟ ବିଶ୍ଵାଳ କରିଛନ୍ତି। ଏହି ଚିତ୍ରଟିକୁ ନ୍ୟାସନାଲ ଗ୍ୟାଲେରୀ ଅଫ୍ ମର୍ଡନ୍ ଆର୍ଟ , ନୂଆ ଦିଲ୍ଲୀ ରେ ନିଲାମ କରାଯାଇଛି।


ଆଶ୍ଚର୍ଯ୍ୟ ର କଥା ହେଉଛି ଶ୍ରୀ ବିଶ୍ଵାଳ ଏହି ଚିତ୍ର ର ମୂଲ୍ୟ ୫୦,୦୦୦ ରଖିଥିଲେ। କିନ୍ତୁ ଏହା ବଢ଼ି ବଢ଼ି ୫ ଲକ୍ଷ ଟଙ୍କା ହୋଇଥିଲା। ଏହି ଖବର ତାଙ୍କୁ ବହୁତ୍ ଖୁସି ଆଣି ଦେଇଥିଲା। ଶ୍ରୀ ବିଶ୍ଵାଳ ଙ୍କ ଭାଷାରେ ‘ ମୁଁ ନିଜକୁ ଦୁନିଆର ସବୁଠାରୁ ଖୁସି ଲୋକ ଭାବିଥିଲି ଯେତେବେଳେ ମୁଁ ଏହି ଖବର ଟି ଶୁଣିଲି । ଓଡ଼ିଶା ର ଅନୁଗୁଳ ଜିଲ୍ଲା ର ପାଲଲହଡ଼ା ରେ ମୋର ଜନ୍ମ।’ ସ୍ଥାୟୀ ସରକାରୀ ଚାକିରି ଛାଡ଼ି ଚିତ୍ର କରିବା ମୋର ପେଶା କରିଥିବା ଜଣେ ଚିତ୍ରକର ପାଇଁ ଏହି ଖବର ଯେ କେତେ ମହତ୍ୱ ରଖେ ତାହା ଅବର୍ଣ୍ଣନୀୟ। ଭାରତୀୟ ରେଲବାୟୀ ନାଗପୁର ରେ ଦୁଇ ଦଶନ୍ଧି ଧରି ଟିକେଟ ଇନ୍ସପେକ୍ଟର ରୂପେ କାର୍ଯ୍ୟରତ ଥିବା ଶ୍ରୀ ବିଶ୍ଵାଳ ସ୍ଵେଚ୍ଛାକୃତ ରୂପେ ମାର୍ଚ୍ଚ ୨୦୧୭ ମସିହା ରେ ଚାକିରି ରୁ ଇସ୍ତପା ନେଇ ଚିତ୍ରକଳା ସହ ଜଡ଼ିତ ହୋଇଥିଲେ।

Leave a Reply

Your email address will not be published. Required fields are marked *