କାଳିଆ ଯୋଜନା ରେ ଟଙ୍କା ପାଇନଥିଲେ କଣ କରିବେ !!କିପରି ପଇସା ପାଇବେ I ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ସବୁଆଡେ ଏବେ ଗୋଟିଏ ଚର୍ଚ୍ଚା I କାଳିଆ କାଳିଆ ଆଉ କାଳିଆ I ଚାଷୀଙ୍କ ପାଇଁ ଆରମ୍ଭ ହେଇଥିବା ଏହି ଯୋଜନାରେ ଏବେ ବଡବଡିଆ ଙ୍କ ନା ଆସିଲାଣି I ହିତାଧିକାରୀ ଭାବେ ମନ୍ତ୍ରୀ ନେତା ମାନେ ସ୍ଥାନ ପାଇଛନ୍ତି I କିନ୍ତୁ ଯିଏ ପ୍ରକୃତ ଚାଷୀ ହିତାଧିକାରୀ ସେମାନେ ଏହି ଯୋଜନାରେ ଲାଭ ପାଇନାହାନ୍ତି ବୋଲି ଅଭିଯୋଗ ହୁଏ I ତେବେ ଜାନୁଆରୀ 25ରେ କାଳିଆ ଯୋଜନାରେ ହିତାଧିକାରୀ ଙ୍କ ଖାତାକୁ ପ୍ରାୟ 600କୋଟି ଟଙ୍କା ଟ୍ରାନ୍ସଫର ହେଇଚି I ଅଧିକାଂଶ ଚାଷୀ ବ୍ୟସ୍ତ ବ୍ୟବ୍ରତ ହେଇଗଲେଣି I ତାଙ୍କ ପାଖକୁ ଟଙ୍କା ଆସିନି I ଯଦି ଆପଣ ଜଣେ ହିତାଧିକାରୀ ଏବଂ ପଇସା ପାଇନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ I ପ୍ରାଥମିକ ପର୍ଯ୍ୟାୟ ରେ ଯଦି ଆପଣଙ୍କ ପାଖକୁ ଏସଏମଏସ ଆସିଛି

କିନ୍ତୁ ଟଙ୍କା ଆସିନି ତେବେ ଫେବୃଆରୀ ପ୍ରଥମ ସପ୍ତାହ ଅର୍ଥାତ 7ତାରିଖ ସୁଦ୍ଧା ଆସିଯିବ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ I କିନ୍ତୁ ହଁ ଆଜ୍ଞା ପ୍ରଥମେ ପଞ୍ଚାୟତ ଅଫିସ ଯାଇ ନିଜର ନାମ ସହିତ ବ୍ୟାଙ୍କ ଆକାଉଣ୍ଟସ ସଠିକ ଅଛି କି ନା ଭଲକି ବୁଝିନିଅନ୍ତୁ I

ନିଜର ବ୍ୟାଙ୍କ ଆକାଉଣ୍ଟସ ଚେକ କରିନିଅନ୍ତୁ ଏହା ଚାଲୁ ଅଛି କିମ୍ବା ବନ୍ଦ ହେଇଯାଇଛି I ଯଦି ବ୍ୟାଙ୍କ ଖାତା ବନ୍ଦ ଥାଏ ତେବେ ତୁରନ୍ତ ଚାଲୁ କରନ୍ତୁ I ଏହାପରେ ବି ଯଦି 7ତାରିଖ ଭିତରେ ପଇସା ନଆସେ ତେବେ ନିଜ ଫୋନ ରୁ କାଳିଆ ର ଅଭିଯୋଗ ପାଇଁ ନିଶୁକ୍ଲ ନମ୍ବର 18005721122 ରେ ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଇ ବୁଝିପାରିବେ I

ଅନ୍ୟଯେଉଁମାନଙ୍କୁ ଏସଏମଏସ ଆସିନି ସେମାନେ ନିଜର ନାମ ଚେକ କରିନିଅନ୍ତୁ ଯଦି ନାମ କଟିଯାଇଥାଏ ତେବେ ଫେବୃଆରୀ 3ତାରିଖ ସୁଦ୍ଧା ଆଉ ଥରେ ଗ୍ରୀନ ଫର୍ମ ସଠିକ ଭାବରେ ପୂରଣ କରି ଦାଖଲ କରିଦିଅନ୍ତୁ I ତୃତୀୟ ପର୍ଯ୍ୟାୟ ଲିଷ୍ଟ ଫେବୃଆରୀ ଦ୍ୱିତୀୟ ସପ୍ତାହ ରେ ଉପଲବ୍ଧ ହେବା ସହିତ ଫେବୃଆରୀ 10ରୁ 15ମଧ୍ୟ ଦ୍ୱିତୀୟପର୍ଯ୍ୟାୟ ରେ କାଳିଆ ଯୋଜନାର ପଇସା ଆସିଯିବ I

Leave a Reply

Your email address will not be published. Required fields are marked *