୧୫ ବର୍ଷ ମନ୍ତ୍ରୀହେବା ପରେ ବି ଭୁବନରେ ଡାକ୍ତର ପଦବୀ ପୂରଣ କରିପାରିଲେ ନାହିଁ ପ୍ରତିବାଦ ରେ ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ

ଢେଙ୍କାନାଳ ଜିଲ୍ଲାର ଜଣେ ଟାଣୁଆ ନେତା ହିସାବରେ ରାଜ୍ୟରେ ନିଜର ପ୍ରଭାବ ରଖିପାରିଥିବା କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିଜ ନିର୍ବାଚନ ମଣ୍ଡଳୀରେ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇପାରିନାହିଁ I ଅଞ୍ଚଳ ବାସି ସବୁବେଳେ ଅଭିଯୋଗ କରିଆସିଛନ୍ତି ଯେ କେବଳ ସରକାରୀ କାର୍ଯ୍ୟକ୍ରମ ଅନୁଯାଇ ଗତାନୁଗତିକ କାର୍ଯ୍ୟ ହେଇଚି କୌଣସି ଆଖିଦୃଶିଆ ଉନ୍ନତି ହେଇପାରିନାହିଁ I

ସ୍ବାସ୍ଥ୍ୟ।ସେବା କ୍ଷେତ୍ରରେ ଭୁବନ ସବୁଠାରୁ ପଛରେ ରହିଯାଇଛି ଏବେବି ଜିରାଳ, ଭୂବନ ଓ କାମାକ୍ଷନଗରର କୋଣସି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ରହୁ ନଥିବା ବେଳେ ଆବଶ୍ୟକ ଡାକ୍ତର ନାହାନ୍ତି I ଯାହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି I ଏହାକୁ ନେଇ ଗତ ଜାନୁଆରୀ 27ତାରିଖରେ ଓଡିଶା ଏକ୍ସକ୍ଲୁସିଭ ତରଫରୁ ଏକ ସ୍ୱତନ୍ତ୍ର ଖବର ପ୍ରସାରଣ କରାଯାଇଥିଲା

I ତେବେ ଖବର ପ୍ରସାରଣ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇପାରିନାହିଁ I ଫଳରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି I ୫୩ ନଂ. ଜାତୀୟ ରାଜପଥକୁ ଆନ୍ଦୋଳନକାରୀ ମାନେ ବନ୍ଦ ରଖିଛନ୍ତି I ଫଳରେ ଶହ ଶହ ଗାଡିମଟର ବନ୍ଦ ରହିଛି I

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ଏହି ଆନ୍ଦୋଳନ କରାଯାଇଥିବା ସୂଚନା ମିଳିଛି I ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟିର ସଭାପତି ବ୍ରଜବନ୍ଧୁ ରାଉତ, ବରିଷ୍ଠ କର୍ମକର୍ତ୍ତା ରଥ ସେଠୀ ଏବଂ ଦୁର୍ଗା ପ୍ରସାଦ ପୃଷ୍ଟି, ଚିନ୍ତାମଣି ଦାସ ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇ ଚେତାବନୀ ଦେଇଛନ୍ତି କି ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ କୁ ତୀବ୍ର କରାଯିବ I ଭୁବନ ରୁ ପ୍ରତିନିଧି ଗୌତମ ଏବଂ ଲକି I ଓଡିଶା ଏକ୍ସକ୍ଲୁସିଭ I

Leave a Reply

Your email address will not be published. Required fields are marked *