ରାଜସ୍ଥାନରେ କଂଗ୍ରେସ ର ନୂଆ ଘୋଷଣା ଚାକିରୀ ନଥିଲେ ଯୁବ ଶିକ୍ଷିତ ଙ୍କୁ ମାସିକ ୩୫୦୦ ବେକାରି ଭତ୍ତା ମିଳିବ

ବର୍ତମାନ ଦେଶରେ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି ବେକାରୀ I ନିଜୁକ୍ତି ନ ପାଇ ଶିକ୍ଷିତ ଯୁବଗୋଷ୍ଠୀ ମାନେ ବାହାରକୁ ଯାଉଥିବାବେଳେ ନିଜ ଅଞ୍ଚଳ ରେ ନିଯୁକ୍ତି ର ସମ୍ଭବ ହେଇପାରୁନି I ବେକାରୀ କୁ ନେଇକି ବିଭିର୍ଣ୍ଣ ରାଜନୈତିକ ଦଳ ମାନେ ମଧ୍ୟ ଟଣାଓଟରା ହେବାରେ ଲାଗିଛନ୍ତି I ନିକଟରେ ଓଡିଶା ଆସିଥିବା ରାହୁଲ ଗାନ୍ଧୀ କହିଥିଲେ କି ସବୁ ପରିବାରକୁ ସର୍ବନିମ୍ନ ରୋଜଗାର ପହଞ୍ଚାଇଦେବେ I ତେବେ ଆଜି ରାଜସ୍ତାନ ରେ ଘୋଷଣା ହେଇଚି ବଡ ନିୟମ

I ରାଜ୍ୟର ସମସ୍ତ ବେକାରୀ ମାନଙ୍କୁ ଏଥର ମାସିକ ଭତ୍ତା ମିଳିବ I ଏଥିପାଇଁ ରାଜସ୍ତାନ ସରକାର ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି I ଏହି ଯୋଜନା ଦ୍ୱାରା ଯୁବତୀ ମାନେ ମାସିକ 3500ଏବଂ ଯୁବକ ମାନେ 3000 ଟଙ୍କା ଘରେ ବସି ପାଇପାରିବେ I ଏହା ଆସନ୍ତା ମାସ ମାର୍ଚ୍ଚ ୧ ତାରିଖରୁ ଲାଗୁହେଇ ଯୋଗ୍ୟ ହିତାଧିକାରୀ ଙ୍କ ଖାତା କୁ ଟଙ୍କା ଟ୍ରାନ୍ସଫର ହେଇଯିବ I

ତେବେ ଏହା ସମୟ ସୀମା ରଖାଯାଇଛି 2ବର୍ଷପର୍ଯ୍ୟନ୍ତ I କେଉଁମାନେ ଯୋଗ୍ୟ :ଯେଉଁମାନେ ଗ୍ରାଜୁଏସନ ପାସ କରିଥିବେ କିନ୍ତୁ କୌଣସି ସଂସ୍ଥା ଦ୍ୱାରା ନିୟୋଜିତ ହେଇନଥିବେ ସେମାନେ ଏହି ଭଟ୍ଟପାଇବାର ଯୋଗ୍ୟ ହିତାଧିକାରୀ I ଯଦି କୌଣସି ପରିବାର ରୁ ଏକାଧିକ ଯୋଗ୍ୟ ପ୍ରାଥୀ ଥାଆନ୍ତି ତେବେ ସର୍ବମୋଟ ଦୁଇଜଣ ଏହି ଯୋଜନା ପାଇଁ ଯୋଗ୍ୟ ହେବେ I ଏହା କେବଳ ରାଜସ୍ତାନ ର ସ୍ଥାୟୀ ବାସିନ୍ଦା ମାନଙ୍କ ପାଇଁ ଅଟେ I

Leave a Reply

Your email address will not be published. Required fields are marked *