ବଡଖବର :ଆଜିଠୁ ଦେଶରେ ଲାଗୁ ହେଉଛି ଏହି ୬ ଟି ନୂଆ ନିୟମ, ଜାଣି ରଖନ୍ତୁ ନଚେତ୍ ଅସୁବିଧାରେ ପଡିବେ

ଆରମ୍ଭ ହେଇସାରିଛି ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନ I ତେବେ ଫେବୃଆରୀ ର ପ୍ରଥମ ଦିନରେ ଲାଗୁ ହେଉଛି କିଛି ନୂଆ ନିୟମ I ଯାହା କି ଦେଶର ସମସ୍ତ ନାଗରିକ ଜାଣିବା ଆବଶ୍ୟକ I ତେବେ ଚାଲନ୍ତୁ ଜାଣିବା କଣ ସବୁ ସେହି ନୂଆ ନିୟମ ଗୁଡିକ ୧- ଟ୍ରାଇ ର ନୂଆ ନିୟମ ଅନୁଯାଇ ପ୍ରତ୍ୟକ ଗ୍ରାହକ ସେମାନଙ୍କର ମନ ମୁତାବକ ଚାନେଲ ଦେଖିବା ପାଇଁ ପଇସା ଦେବେ I ଅଯଥା ଚାନେଲ ପାଇଁ ପଇସା ଦେବାକୁ ପଡ଼ିବନାହିଁ

I ୨-ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନେଇ ମୋଦି ସରକାର ଯେଉଁ ନିଷ୍ପତି ନେଇଥିଲେ ତାହା ଆଜିଠୁ ଲାଗୁହେଉଛି I ୩- ଆଜି ଶେଷ ବଜେଟ ଉପସ୍ଥାପନ କରିବେ ମୋଦି ସରକାର I ସରକାର ଙ୍କ ଏହା ଶେଷ ବର୍ଷ ର ଶେଷ ବଜେଟ ହେଉଥିବାରୁ ଆଶା କରାଯାଉଛି କି କିଛି ସ୍ୱତନ୍ତ୍ର ରହିବ I ୪- ଚର୍ଚା ଚାଲିଛି କି ଶେଷ ବଜେଟ ରେ ଆୟ ପାଇଁ ଲୋକଙ୍କୁ ଟ୍ୟାକ୍ସ ପେମେଣ୍ଟ ରେ ରିହାତି ମିଳିପାରେ

ଯଥା ବର୍ତମାନ ୨.୫ ଲକ୍ଷ ଥିବାବେଳେ ଏହାକୁ ୫ ଲକ୍ଷ ଯାଏଁ ବୃଦ୍ଧି କରାଯାଇପାରେ ଅର୍ଥାତ ୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ କଲେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ I ୫- ଆପଣଙ୍କ ପାଖରେ ଥିବା ଡ୍ରାଇଭିଂ ଲାଇସେନ୍ସ କୁ ତୁରନ୍ତ ଆଧାର ସହିତ ଯୋଡନ୍ତୁ ନଚେତ ବହୁତ ହଇରାଣ ହେବାକୁ ପଡିପାରେ Iଲାଇସେନ୍ସ ରଦ୍ଧ ହେଇପାରେ I ପ୍ୟାନ୍ କାର୍ଡ କୁ ମଧ୍ୟ ଆଧାର ସହିତ ସଂଯୁକ୍ତ କରିନିଅନ୍ତୁ I

୬- ଯଦି ଆପଣ ଅନଲାଇନ୍ ୱାଲେଟ୍ଯ ଯଥା ଫୋନ୍ ପେ, ପେଟିଏମ୍, ଆମାଜନ୍ ୱାଲେଟ୍ ବ୍ୟବହାର କରୁଛନ୍ତି ତେବେ ଫେବୃଆରୀ ମାସ ଶେଷ ଭିତରେ ତୁରନ୍ତ କେୱାଇସି ଦାଖଲ କରନ୍ତୁ ନଚେତ ଏହା ୨୮ ଫେବୃୟାରୀରୁ ରଦ୍ଧ ହେଇଜିବ I

Leave a Reply

Your email address will not be published. Required fields are marked *