ଝିଅ ବାହାଘରରେ ଏକ ତୋଳା ସୁନା ଦେବେ ଆସାମ ରାଜ୍ୟ ସରକାର

ଝିଅ ବାହାଘରରେ ଏଣିକି ମିଳିବ ଏକ ତୋଳା ସୁନା।ଯେପରି ଏକ ଟଙ୍କିଆ ଚାଉଳ ସେପରି ଏକ ତୋଳା ସୁନା।ଏହା ଆରମ୍ଭ କରିଛନ୍ତି ଆସାମ ସରକାର।ଯେଉଁମାନଙ୍କର ବାର୍ଷିକ ଆୟ ୫ ଲକ୍ଷରୁ କମ୍ ସେମାନଙ୍କ ଝିଅ ବାହାଘର ପାଇଁ ଆସାମ ରାଜ୍ୟ ସରକାର ଏକ ତୋଳା ସୁନା ଦେବେ ବୋଲି ଘୋଷଣା କରିଛନ୍ତି।ଏହା ଛଡ଼ା ହାଇସ୍କୁଲ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀ ମାନଙ୍କୁ ରାଜ୍ୟ ସରକାର ଇ- ବାଇକ୍ ଦେବାକୁ ନିଷ୍ପତି ନେଇଛନ୍ତି।
ରାଜ୍ୟର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା କହିଛନ୍ତି କି ତାଙ୍କୁ କନ୍ୟାମାନଙ୍କ ପାଇଁ ଏଭଳି ଯୋଜନା ରାଜ୍ୟ ସରକାର କରିଥିବାରୁ ସେ ବହୁତ୍ ଖୁସି।ଏହା ଛଡ଼ା ବର୍ତ୍ତମାନ ଆର୍ଥିକ ବର୍ଷରେ ସମସ୍ତ ଶିକ୍ଷା ଋଣ ଉପରେ ଥରକ ପାଇଁ ୫୦ ହଜାର ଟଙ୍କା ସବ୍ସିଡି ପ୍ରଦାନ କରିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *