ବିଜେପି ନେତାଙ୍କ ପାଖକୁ ଗଲେ ମୁଣ୍ଡରେ ହେଲ୍‌ମେଟ ପିନ୍ଧି କି ଯାଉଛନ୍ତି ସାମ୍ବାଦିକ

ରାୟପୁରରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା I ବିଜେପି ର କୌଣସି ପ୍ରେସ ମିଟ୍ ହେଲେ ସାମ୍ବାଦିକ ମାନେ ଖବର ସଂଗ୍ରହ ପାଇଁ ସେଠାକୁ ମୁଣ୍ଡରେ ହେଲମେଟ ପିନ୍ଧି ଯାଉଛନ୍ତି I ଯାହାର କି ଫୋଟ ଏବେ ଭାଇରଲ ହେବାରେ ଲାଗିଛି I ତେବେ ମିଳିଥିବା ସୂଚନା ଅନୁଯାଇ କିଛିଦିନ ତଳେ ବିଜେପି କାର୍ଯ୍ୟାଳୟ ରେ ଏକ ବୈଠକ ହେଉଥିଲା ଯେଉଁଥିରେ କି ସାମ୍ବାଦିକ ମାନଙ୍କୁ ଡକାଯାଇଥିଲା I ସୁମନ ପାଣ୍ଡେ ଖବର ସଂଗ୍ରହ କରୁଥିବା ସମୟରେ ହଠାତ ଉପସ୍ଥିତ ନେତାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଥିଲା ଯାହାର କି ଭିଡିଓ ରେକର୍ଡ କରିନେଇଥିଲେ ସାମ୍ବାଦିକ ଜଣଙ୍କ I

କଥା ଜଣାପଡିବା ପରେ ବିଜେପି ନେତା ସେହି ଭିଡିଓ କୁ ଡିଲେଟ କରିବାକୁ କହିଥିଲେ କିନ୍ତୁ ସାମ୍ବାଦିକ ଜଣଙ୍କ ରାଜି ନହେବାରୁ ଉପସ୍ଥିତ ଥିବା ରାୟପୁରର ବିଜେପି ମୁଖ୍ୟ ରାଜୀବ ଅଗ୍ରଓ୍ବାଲ ଏବଂ ଅନ୍ୟ ସହଯୋଗୀ ମାନେ ସାମ୍ବାଦିକ ସୁମନଙ୍କୁ ମାଡ ମାରି ଭିଡିଓ ଡିଲେଟ କରିଥିଲେ I ଏହାର ପ୍ରତିବାଦ କରି ସାମ୍ବାଦିକ ମାନେ କୌଣସି ବିଜେପି ନେତାଙ୍କ ସାକ୍ଷାତକାର ପାଇଁ ଗଲେ ନିଜ ସୁରକ୍ଷା ପାଇଁ ମୁଣ୍ଡରେ ହେଲମେଟ ପିନ୍ଧୁଛନ୍ତି I

Leave a Reply

Your email address will not be published. Required fields are marked *