ବିଶିଷ୍ଠ କଣ୍ଠଶିଳ୍ପୀ ସୋନୁ ନିଗମ ଅସୁସ୍ଥ ହୋଇପଡିଛନ୍ତି।ଖାଦ୍ୟ ବିଷାକ୍ତ ହେବା କାରଣରୁ ଅସୁସ୍ଥ ହେବା ପରେ ତାଙ୍କୁ ତାଙ୍କୁ ନାନାବତୀ ହସ୍ପିଟାଲ୍ ରେ ଭର୍ତି କରାଯାଇଛି।ଡାକ୍ତରଙ୍କ କହିବା ଅନୁସାରେ ଏବେ ଚିନ୍ତା କରିବାର କାରଣ ନାହିଁ।ଓଡ଼ିଶାର ଜୟପୁରରେ ସେ କନ୍ସର୍ଟ୍ ସାରି ମୁମ୍ବାଇ ଫେରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି।
ସାମୁଦ୍ରିକ ଖାଦ୍ୟ ଖାଇବା ଦ୍ଵାରା ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି କୁହାଯାଇଛି।ସେ ହସ୍ପିଟାଲ୍ ରେ ଭର୍ତି ହେବା ପରେ ଏକାଧିକ ଫଟୋ ସେ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି। ଟ୍ରାକିଆ ଫୁଲିଯିବା ଦ୍ବାରା ତାଙ୍କୁ ନିଃଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।ଏବଂ ତାଙ୍କର ଗୋଟେ ଆଖି ମଧ୍ୟ ଗୁଳିକରି ବନ୍ଦ ଅଛି।