ବାପାର ଜୀବନ ବଞ୍ଚାଇବାକୁ ୭ ବର୍ଷର ଝିଅ ସରକାରୀ ହସ୍ପିଟାଲ ରେ ୨ ଘଣ୍ଟା ପର୍ଯ୍ୟନ୍ତ ସାଲାଇନ୍ ବୋତଲ ଧରି ଠିଆହେଲା

ଆଜିକା ସମୟରେ ସରକାରୀ ହସ୍ପିଟାଲ ରେ କିପରି ଭାବେ ଚିକିତ୍ସI କରାଯାଏ ତାହା ସମସ୍ତଙ୍କୁ ଭଲଭାବରେ ଜଣାଅଛି I କେଉଁଠି ଡାକ୍ତର ନାହାନ୍ତି ତ ,ଆସବାବପତ୍ର ନାହିଁ ତ , ଆଉ କେଉଁଠି ଔଷଧ ନାହିଁ କି ଘର ନାହିଁ Iସରକାରୀ ହସ୍ପିଟାଲ ର ଉତ୍ତମ ଚିକିତ୍ସା ର ଏବେ ଗୋଟେ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକି ସରକାର ଙ୍କ ପାରିବାପାଣିଆ କୁ ପଦାରେ ପକାଇଛି Iଘଟଣା ଟି ଔରଙ୍ଗାବାଦ ଅଞ୍ଚଳର I ସୂଚନା ଅନୁଯାଇ ଜଣେ ବ୍ୟକ୍ତିଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା I

ବ୍ୟକ୍ତିଙ୍କ ଠାରେ ସାଲାଇନ ଲଗାଇବା ପରେ ପାଖରେ ସାଲାଇନ ଷ୍ଟାଣ୍ଡ ନଥିବାରୁ ଠିଆ ହେଇଥିବା କୁନିଝିଅ ହାତରେ ସାଲାଇନ ଧରାଇଦେଇଥିଲେ ଏବଂ ଷ୍ଟାଣ୍ଡ ଆଣିବାକୁ ଭୁଲିଯାଇଥିଲେ ଇତିମଧ୍ୟରେ ପାଖାପାଖି 2ଘଣ୍ଟା ବିତିଯାଇଥିଲେ ମଧ୍ୟ କେହି ଆସିନଥିଲେ I କିନ୍ତୁ ଝିଅଟି ଆଖିସାମ୍ନାରେ ନିଜ ବାପା କୁ ଏପରି ଅବସ୍ଥାରେ ଦେଖି ସହିପାରୁନଥିଲେ I

ବାପାକୁ ବଞ୍ଚାଇବାକୁ ଯାଇ ଯେତେ କଷ୍ଟ ହେଲେବି ସାଲାଇନ କୁ ଧରି ଠିଆ ହେଇଥିଲା I କିନ୍ତୁ କେହିଜଣେ ସେହି ମୁହୂର୍ତ୍ତର ଫୋଟୋ ନିଜ ମୋବାଇଲ ରେ କଏଦ କରି ସୋସିଆଲ ମିଡିଆରେ ଛାଡିଦେଇଥିଲା ଯାହାକି ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *