ନିଜ ମୂର୍ତ୍ତି ପାଇଁ ୫୯୧୯ କୋଟି ଖର୍ଚ କରିଥିବା ସରକାରୀ ଅର୍ଥ ଫେରେଇବାକୁ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ଆଗକୁ ଆସୁଛି ନିର୍ବାଚନ ତେବେ ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କୁ ଲାଗିଛି ବଡ ଝଟକା I ସରକାରୀ ଅର୍ଥରେ ମାୟାବତୀ ଯେଉଁ ବଡ଼ବଡ଼ ପ୍ରତିମୁର୍ତି ସବୁ ତିଆରିକରିଛନ୍ତି ତାହାକୁ ତୁରନ୍ତ ଭରଣା କରିବାକୁ ସରକାରୀ ଅର୍ଥକୁ ଯଥାଶୀଘ୍ର ଫେରେଇବାକୁ ମାୟାବତୀ ଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି Iସୂଚନା ଥାଉକି ମାୟାବତୀ ଙ୍କ ସରକାର ସମୟରେ ଉତ୍ତର ପ୍ରଦେଶରେ ଅନେକ ପାର୍କ ନିର୍ମାଣ ହୋଇଥିଲା | ପାର୍କ ଗୁଡିକରେ ମାୟାବତୀଙ୍କ ବଡ଼ବଡ଼ ମୂର୍ତ୍ତି ସହିତ,ଦଳୀୟ ଚିହ୍ନ ହାତୀ ଏବଂ ବିଏସପି ସଂସ୍ଥାପକ କାଂଶୀରାମ ଙ୍କ ମୂର୍ତି ନିର୍ମାଣ କରାଯାଇଥିଲା

i ଯାହାକୁ ନେଇ ସୁପ୍ରିମକୋର୍ଟ ରେ ମାମଲା ଦାୟର ହେଇଥିଲା ଏବଂ ଏନେଇ ସମ୍ପୂର୍ଣ୍ଣ ହିସାବ ମାଗିଥିଲେ ସୁପ୍ରିମକୋର୍ଟ I ଜଣାପଡିଥିଲା କି ପାଖାପାଖି ୫୯୧୯ କୋଟି ଖର୍ଚ ହେଇଥିଲା କେବଳ ମୂର୍ତିରେ I ତେଣୁ ତୁରନ୍ତ ସେହି ଅର୍ଥକୁ ଫେରାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି I

Leave a Reply

Your email address will not be published. Required fields are marked *